STORYMIRROR

Dr Rashmita Panigrahi

Others

3  

Dr Rashmita Panigrahi

Others

ଅସ୍ତିତ୍ବ

ଅସ୍ତିତ୍ବ

1 min
116

ଅସ୍ତିତ୍ୱ 

ଗଦା ଗଦା ଆବର୍ଜନାରେ 

ପୋତି ହେଇ 

ମା'ର ପଣତଟା

ସତରେ ହେଇଗଲା 

କେଡେ ଅସନା l


ସୁନ୍ଦର ସବୁଜ ଶାଢ଼ୀ 

ତା' ଦେହରେ ମାନିବା

ଆଗରୁ କେମିତି କୁଆଡେ 

ରାତାରାତି ହେଇଯାଏ 

ଉଭାନ, କିଛି 

ବୁଝି ହୁଏନା l


ସନ୍ତାନର ଅଳି ଅର୍ଦ୍ଦଳୀ 

ସହିବାର ଧୈର୍ଯ୍ୟ ତା'ର 

କେତେ ଦିନ ଅବା ରହନ୍ତା, 

ଅମାନିଆ, ଅବାଗିଆ, 

ଅଝଟ ମାନଙ୍କ, 

ଅଖାଡୁଆ କାମକୁ 

କେତେ ବା ସହି ପାରନ୍ତା l


ମା' କଷ୍ଟରେ କାନ୍ଦୁଛି, 

ତା' ଦେହର ଫଟା 

ଶାଢ଼ୀକୁ କାଢି 

ଫିଙ୍ଗି ଦେଇ 

ମା' ନୂଆ ଶାଢ଼ୀ

କାଢୁଚି, 

ସେ ପିନ୍ଧିବ, 

ସେ ହସିବ, 

ସେ ହସିଲେ 

ତା' ପିଲାର 

ମୁହଁରେ ହସ 

ଆପେ ଆପେ ଫୁଟିବ l 


ହଁ, ନିଶ୍ଚିତ ଭାବରେ 

ମା' ଟିକେ ହେଇଛି ନିଷ୍ଠୁର 

କିଛି କାଟିକୁଟି, 

ଘାଣ୍ଟି ଘୁଣ୍ଟି , 

ବୁଝେଇ ଶୁଝେଇ 

ମା' ସଜାଡୁଛି 

ଅସ୍ତିତ୍ୱ ତା' ନିଜର l



Rate this content
Log in