ଅସ୍ଥିର ଭାବନା
ଅସ୍ଥିର ଭାବନା
1 min
107
ଭାଗ୍ଯଟା ମୋହର ବଇରୀ ସାଜିଛି
କାହାକୁ ଦେବି ମୁଁ ଦୋଷ
ଭାବନାଟା ମୋର ଅସ୍ଥିର ହୋଉଛି
ଲେଖିବି ଆଉ ମୁଁ କିଷ ।
ଘଡିଏ ଭାବିଲେ ଧାଡିଏ ଆସୁଛି
ତଥାପି ପାରେନି ଲେଖି
ଦିଘଡି ଜୀବନ ସ୍ଥିର କଲେ ମନ
ବଞ୍ଚିବାଟା ଯିବି ଶିଖି ।
ରଚି ଯିବି କିଛି ନୂତନ କବିତା
ଭାବନା ସହରେ ହଜି
ଅତୀତ ଦିନର ହଜି ଯିଇ ଥିବା
ସ୍ମୃତି ସବୁ ଖୋଜି ଖୋଜି ।
