"ଅସ୍ଥି"
"ଅସ୍ଥି"
"ଅସ୍ଥି"
ଭିଡ ଖାଲି ଚିତ୍ର ପାଖରେ ନଥାଏ, ଥାଏ ଚିତ୍ରକର ପାଖରେ ବି
ମୋ ପାଖେ ତ ଖାଲି ଶୁନ୍ୟତାର ଭିଡ........
ମସ୍ତିସ୍କ କୁହେ ଗୋଟେ କଥା, ହୃଦୟ କହେ ଅଲଗା
ହାଡ'ଠୁ ମାଉଁଶ ଅଲଗା ହେଇଗଲେ ଖାଲି ରହିଯାଏ --"ଅସ୍ଥି"
ସଂସ୍କାର ଚାଦର ଘୋଡେଇ ହେଇଛି ବୋଲି ମୁଁ ଭିନ୍ନ ଏକ ଚିତ୍ରଲେଖା
ତେବେ କୁହ ...କିଏ ନଷ୍ଟ ???
ଭ୍ରମର ଯିଏ ଖୁଣ୍ଟି ଖୁଣ୍ଟି ପ୍ରେମର ବାର୍ତା ବାଂଟୁଛି
ନା ଭ୍ରଷ୍ଟ ସେ ସମୟ , ଯିଏ ଜଳି ଜଳି ମରେ, ମରି ମରି ଜଳେ ଆଉ ସଭିଙ୍କି ଜଳାଏ ,
ଜାଣ! ତମେ ଜଳିଲେ,.ଜଳେ ମୋ ଶୈଶବ ଆଉ କିଶୋର ବି
ପ୍ରୌଢ ଆସୁଛି, ଆଲିଙ୍ଗନ କଲେ ବି ଗୋଟେ ଦୁଃସ୍ବପ୍ନ
ମୁଁ କୁଆଡେ ଶୁଣିଛି
କାଳେ ହାଡ'ଠୁ ମାଉଁଶ ଅଲଗା ହେଇଗଲେ ଖାଲି ରହିଯାଏ --"ଅସ୍ଥି"
ନିଜକୁ ବୁଝେଇ ନିଅ..
ସବୁ ସ୍ୱର ନୁହେଁ ସରସ୍ବତୀଙ୍କ କଁଠ, ସବୁ ଫୁଲ ନୁହେଁ ବିମଣ୍ଡିତ ଦେବଙ୍କ ମସ୍ତକରେ
ଖାଲି ଛାଡିଦେଇଛି ଖିଲି ଖିଲି ହସ ସ୍ତବ୍ଧ ପୁଷ୍କରିଣୀରେ
ହେଲେ ଆଜ଼ି ବି ଚାତକର ସେଇ ଗୋଟିଏ ପ୍ରଶ୍ନ
କୁଆଡେ ହାଡ'ଠୁ ମାଉଁଶ ଅଲଗା ହେଇଗଲେ ଖାଲି ରହିଯାଏ --"ଅସ୍ଥି" ???
