STORYMIRROR

Bijaya kumar panda

Others

4  

Bijaya kumar panda

Others

ଅଷ୍ଟାଦଶ ପୁରାଣ

ଅଷ୍ଟାଦଶ ପୁରାଣ

1 min
275

କେଉଁ ପୁରାଣରେ କେତେ ଶ୍ଳୋକ ଅଛି ଶୁଣ ଆଜ୍ଞା ମନ ଦେଇ

ଜାଣିଥିଲେ ଏହା ମନ ଓ ଆତ୍ମାର ସଦା ମଙ୍ଗଳ ତୁ ଲଭଇ।

ଦଶ ସହସ୍ର ଶ୍ଳୋକ ବ୍ରହ୍ମ ପୁରାଣରେ ପଦ୍ମ ପୁରାଣେ ପାଞ୍ଜି ସହସ୍ର ଥାଇ

ଛବିଶି ସହସ୍ର ଶିବ ପୁରାଣରେ ଅଠର ସହସ୍ର ଭାଗବତେ ଅଛଇ।

ନାରଦ ପୁରାଣରେ ପଚିଶି ସହସ୍ର ମାର୍କଣ୍ଡେୟ ପୁରାଣେ ନଅ ସହସ୍ର ଥାଇ

ତେର ସହସ୍ର ଅଗ୍ନି ପୁରାଣରେ ତେତିଶ ସହସ୍ର ଭବିଷ୍ୟ ପୁରାଣେ ଅଛି।

ବାୟବ୍ୟ ପୁରାଣରେ ଅଠର ସହସ୍ର ଏଗାର ସହସ୍ର ଲିଙ୍ଗ ପୁରାଣେ ଅଛି

ଚବିଶି ସହସ୍ର ବରାହ ପୁରାଣରେ ସ୍କନ୍ଧ ପୁରାଣେ ଏଗାର ସହସ୍ର ଅଛି।

ଦଶ ସହସ୍ର ଶ୍ଳୋକ ବାମନ ପୁରାଣ ଶହେ ସହସ୍ର କୁର୍ମ ପୁରାଣର ଥାଇ

ମତ୍ସ୍ୟ ପୁରାଣରେ ଚଉଦ ସହସ୍ର ଶ୍ଳୋକ ତେଇଶି ସହସ୍ର ଗରୁଡ଼ ପୁରାଣେ ଅଛି।

ବ୍ରହ୍ମାଣ୍ଡ ପୁରାଣ ବାର ସହସ୍ର ଅଟଇ ଅଷ୍ଟାଦଶ ପୁରାଣ ଚାରି ଲକ୍ଷ ଶ୍ଳୋକ ହୁଅଇ

ରାମାୟଣରେ ଚବିଶ ହଜାର ଭାଗବତରେ ଦୁଇ ଲକ୍ଷ ଶ୍ଳୋକ ଲେଖା ହୋଇଛି।

ପଢ଼ିଲେ ଶୁଣିଲେ ପାଉ ମୋକ୍ଷ ଗତି ବ୍ରହ୍ମଜ୍ଞାନରେ ବଳିୟାନ ହୁଅଇ

ସହାୟକ ହୁଏ ବିଶ୍ଵଶାନ୍ତି ପାଇଁ ତେଣୁ ଆଧ୍ୟାତ୍ମିକ ଦେଶ ଭାରତ ଅଟଇ।

ପୁରାଣ କୁ ପଢ଼ ହେଳା ନକରି ମନରେ ଲଭିବ ଅନେକ ଶାନ୍ତି

ଅମୂଲ୍ୟ ସମ୍ପଦ ବିଦେଶରେ ଭାଇ ଆମ ପାଇଁ କ'ଣ ମୂଲ୍ୟ ନାହିଁ।

ତାଳପତ୍ର ପୋଥୀ ପାଇବା କି ଆଉ ଲେଖା ଥିଲା କେତେ ନିତିବାଣୀ

ଯୁଗ ଅବତାରୀ ଦାରୁବ୍ରହ୍ମ ସହ ଆମ ଭାଗ୍ୟ ଭବିଷ୍ୟତ ଯୋଡ଼ି ହୋଇଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍