PRANATI MAHAPATRA

Others

3  

PRANATI MAHAPATRA

Others

ଅସ୍ପଷ୍ଟ ପୁଣି ଅଭୁଲା

ଅସ୍ପଷ୍ଟ ପୁଣି ଅଭୁଲା

1 min
317



କାହିଁକି କେଜାଣି ?

ସ୍ମୃତିର ଏହି ଝାପ୍ସା ପୃଷ୍ଠା ଗୁଡିକ

ଏତେ ଜୀବନ୍ତ ଆଉ ମନଲୋଭା ଦିଶନ୍ତି ନିରୋଳାରେ,

ମୋ ହୃଦୟ ଆଉ ମନ ଆଇନାରେ।

ଗହଳିରେ ସ୍ମତିର ଝରକା ଖୋଲିଲେ

ଦିଶେ ଝାପ୍ସା ଝାପ୍ସା।

କୂଳରେ ସ୍ମୃତିର ଲହରୀ ଗୁଡା ଯେତେ

ମଥା ପିଟିଲେ ବି,

ମଥା କ୍ଷତାକ୍ତ ହୁଏ ସିନା

ଫେରି ପାରେନା ବାସ୍ତବତାକୁ।

ମାଆର କୋଳକୁ କି ଅମାନିଆ ପଣିଆର ବୟସକୁ।

କି ମହମହ ବାସ୍ନା ସେ ସ୍ମୃତିର,

ହଜିଯାଇ ଭୁଲିଯାଏ କ୍ଷଣେ।


ଆହାଃ କ୍ଷମତାର ଅହଂକାର, ଅର୍ଥ ସମ୍ପତ୍ତିର ମୋହ

ଅମଣିଷ ପଣିଆ ଭିତରେ 

କେହି ପୁଣି ଲିଭେଇ ଦେଉଛି ସ୍ମୃତିର ଅଲିଭା ଅକ୍ଷର ସବୁକୁ।

ଲିଭୁନାହିଁ ଜମା ...

ଗୋଟିଏ କୋଳିକୁ,ଗୋଟିଏ ଆଳୁକୁ ଭାଗ ଭାଗ କରି ଖାଉଥିବା,

ଗୋଟିଏ ପଖାଳ କଂସାରେ ଏକାଧିକ ହାତ ବୁଡେଇ ପଖାଳ ଖାଇବାର ଦୃଶ୍ୟ,

ତେନ୍ତୁଳି, ପିଜୁଳି, ଆମ୍ବ ଗଛରେ ଚଢ଼ି ଆମ୍ବ ତୋଳୁଥିବା ଭାଇକୁ,

ଫୁଲ ଭାଉଜର ନୂଆଁଣିଆ ଚାଳଘର ବାହାରେ ଠିଆ ହୋଇ

ପାଞ୍ଚପଇସାରେ ଚାରିଟା ଦାନ୍ତକିଲୁ ଖାଇବା,

ଅଷ୍ଟପ୍ରହରୀରେ ହରିନୋଟ।ହେଉଥିବା ଲେବନଚୁସ ଖାଇବାର

ଦୁର୍ବଳ ମୁହୂର୍ତ୍ତର ଅଭୁଲା ସତେଜ

ସ୍ମୃତିର ଅକ୍ଷର ଏ ମାନସ ପଟରୁ।

ସ୍ମୃତି, 

ତୁମେ ସିନା ସତେଜ,

ହେଲେ ତୁମ ସହିତ ବିତେଇଥିବା 

ଏ ଚରିତ୍ରମାନେ କାହିଁକି ଝାପ୍ସା ଝାପ୍ସା,

ଏବେ କେହି କାହାର ଚିହ୍ନା ନୁହଁନ୍ତି।

ସମସ୍ତେ ଅଜଣା ଆଉ ଅଚିହ୍ନା।

ଗୋଟିଏ ଅନୁରୋଧ ସ୍ମୃତି,

ସ୍ମୃତି ତୁମ ସ୍ମତିରେ କରିଦିଅ ସେମାନଙ୍କୁ 

ତାଜା ଆଉ ସତେଜ।




Rate this content
Log in