STORYMIRROR

Sanjay kumar Panda

Others

3  

Sanjay kumar Panda

Others

ଅସଫଳତା ଏକ ସୁଯୋଗ

ଅସଫଳତା ଏକ ସୁଯୋଗ

1 min
144

କାହିଁ କେବେ ଦେଖିନାହିଁ ନିର୍ଭୁଲ ମଣିଷଟିଏ,

ଭୁଲ୍ ତ ସମସ୍ତଙ୍କର ହୁଏ ।

ଆତ୍ମଗର୍ବରେ ଫୁତ୍କାର ଛାଡୁଥିବା

ମଣିଷ ବି ବେଳେବେଳେ

ନିର୍ଘାତ ପଛଘୁଞ୍ଚା ଦିଏ ।

ସବୁ ପଛଘୁଞ୍ଚା ପଶ୍ଚାତଧାବନ ନୁହେଁ,

ଏହା ମଧ୍ୟ ହୋଇପାରେ

ଏକ ନୂଆ ଚେତାବନୀ,

ନିଜକୁ ଆଉଥରେ ସଜାଡ଼ି ନେଇ

ଆଉଥରେ ଦୃଢ଼ଭାବେ ପ୍ରସ୍ତୁତ କରି

ସୃଷ୍ଟି କରିବାର 

ପୁଣି ଏକ ନୂଆ ସମ୍ଭାବନା ।

କେବଳ ଜିତିବାକୁ ନୁହେଁ

ଇତିହାସ ସୃଷ୍ଟି କରିବାକୁ ।



Rate this content
Log in