STORYMIRROR

Nityananda Sahu

Others

3  

Nityananda Sahu

Others

।। ଅଵସୋସ ।।

।। ଅଵସୋସ ।।

1 min
261


ନିଜକୁ ବୁଝାଇ ଦେଇଛି ବୋଲି ତ

ମିଛ ଅଭିଯୋଗ କରୁ ନାହିଁ ।।

ତୁମେ ଭୂଲି ଗଲା ପରେ ପରେ

ବଦଳି ବି ତୁମ ପରି ମୁଁ ଯାଇ ନାହିଁ ।।

ହସିବା ଭୂଲିଛି କାନ୍ଦିବା ଚାପିଛି

ଦେଖେଇ ନାହିଁ କାହାକୁ ଅଦେଖା ଲୁହ

କାହାରି ଆଗରେ ନା" ଅଭିଯୋଗ କରିଛି

ଆଜି ବି କୁହେ ପ୍ରିୟା ତୁମେ ଭଲରେ ରୁହ ।।

ପଥ ଭୂଲା ଏକ ଏମିତି ପଥିକ

ହଜେଇ ଦେଇଛି ମୋ ପରିଚୟ

ଦୁନିଆଁ ଜାଣିଛି ପରାହତ ମୁଁ ନାୟକ

ଆଜି ମିଛେ ବଞ୍ଚିବାକୁ କରେ ଅଭିନୟ ।।

ହୃଦୟ ବି ଆଜି ବୁଝେ ନାହିଁ ଦୁଃଖ

କେହି ବି ନାହିଁ ଚଲା ପଥେ ମୋର ସାଥି

ବିସ୍ତୀର୍ଣ୍ଣ ଜୀବନ , ଲକ୍ଷ୍ୟ ପ୍ରଥ ଭ୍ରଷ୍ଟ

ତଥାପି ଝୁରିଛି ତୁମକୁ ଆଜି ।।

ସହିବାର ସୀମା ଡେଇଁ ସାରିଲେଣି

ହେଲେ ଆଜି ବି ହାର ମୁଁ ମାନି ନାହିଁ

ଦେହର ଚମଡା କତରା ରେ ପଡି

ଏବେ ବି କୁହେ ତୁମକୁ ପାରୁନି ଭୂଲି ।।

ଆୟୁଷ ର ଅଙ୍କ ଶେଷ ହେବା ଆଗରୁ

ଆସ ଥରେ ଫୁଣି କସିବାକୁ ଭାଗ ଶେଷ

ଆମରି ପ୍ରେମର ଫେରନ୍ତା ସ୍ମୃତିକୁ

ଆଉ ଅଧା ରଖ ନାହିଁ କରି ଅବସୋସ ।।

ପ୍ରୀତି ଭୋକ ଆଉ ଦେହ ପାଶେ ନାହିଁ

ଓଠ ବି ହେଲାଣି ଶୁଷ୍କ ।।

କମନା ର ନିଆଁ ରେ ଯବାନୀକା ପଡ଼ିଲାଣି

କହି ସହି ପରେ ନି ମୁଁ ସେ ଦୁଃଖ ।।

ଇତିହାସ ହୋଇ ମୋ ହୃଦୟରେ

ରହିଯିବ ଆମ ଅମର ପ୍ରେମ

ଫେରି ଯିବା ଆଗରୁ ପୃଥିବୀ ପୃଷ୍ଠରୁ

ଥରେ କହି ଦେବ ମୋ ପାଇଁ ଆଗାମୀ ଜନ୍ମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍