ଅସଲି କଳାକାର୍ କିଏ
ଅସଲି କଳାକାର୍ କିଏ
ଛୋଟ ନୁ ବଡ୍ ବଡ୍ ହେବାର୍ ଯାଏଁ
ମାଆ,ବୁଆ,ତାର୍ ଛୁଆ ,ପୁତା କେ ପୁସି ଛେ
ବଡ୍ ହେଲା ପରେ ସେ ଛୁଆ,ପୁତା
ମା'ବୁଆ କେ ଭୂଲି ଯାଉଛେ
ତାହେଲେ ଅସଲି କଳାକାର୍ କିଏ ?
ପଥର୍ ଗୁଟେ କେ ମୃତ୍ତି କରି
କଲାକାର୍ ବଢେଇ
କେତେ ସୁନ୍ଦର୍ ସଜେଇ ଛେ
ସେ ମୃତ୍ତି ମନ୍ଦିର୍ କେ ଗଲେ
ଭଗବାନ୍ ରର ନା ପାଉଛେ
ତାହେଲେ ଅସଲି କଳାକାର୍ କିଏ ?
କାମ୍ କରି କରି ମିଷ୍ଟ୍ରି କଲାକାର୍
କେଡେ କେଡେ ଘର୍ ବନେଇ ଛେ
ସେ ଘର୍ ବନେଇ ସାଏଲା ପରେ
ସେ ଘରେ ପାଏନ୍ ଟିକେ ନାଇଁ ମିଲୁଛେ
ତାହେଲେ ଅସଲି କଳାକାର୍ କିଏ ?
ଶ୍ରମିକ୍ କଲାକାର୍ ଫେକ୍'ଟିରିରେ କାମ୍ କରି
ମାଲିକ୍ କେ କେତେ ପଏସା ଦେଇଛେ
ଶ୍ରମିକର୍ ଦୁଃଖ ବିପଦ୍ ପଡେଲେ
ମାଲିକ୍ କାମନୁ ତାହାକେ ଖେଦି ଦେଉଛେ
ତାହେଲେ ଅସଲି କଳାକାର୍ କିଏ ?
ସେନା କଲକାର୍ ଆମର୍ ବୁଡର୍ ଥି
କେତେ ମେହେନତ୍ କରୁ ଯୁଦ୍ଧ ଜିତୁଛନ୍
ଯୁଦ୍ଧ ଜିତି ସାଏଲା ପରେ ଲୋକ ମାନେ
ସରକାର୍ କେ ବାହା ବାହି କରୁଛନ୍
ତାହେଲେ ଅସଲି କଳାକାର୍ କିଏ ?
ମାଷ୍ଟର୍ କଲାକାର୍ ପିଲା ଟୁକେଲ ମାନକୁ
ପଢେଇ କରି ଦେଇଛେ କେତେ ଞାନ୍
ଚାକିରି ଗୁଟେ ପାଏଲା ପରେ ପିଲା ଟୁକେଲ୍
ଦେଖିକରି ହେଇଁ ଯାଉଛନ୍ ଅଜ୍ଞାନ୍
ତାହେଲେ ଅସଲି କଳାକାର୍ କିଏ ?
ମାଲି କଲାକାର୍ ସୁନ୍ଦର କରି
ଗଛ୍ କେ ଯତନ୍ କରିଥିସି
ସେ ଗଛେ ଫଲ୍, ମୁଲ୍ ହେଲାପରେ
ମାଲିକର୍ ହେଇଁ ଯାଏସି
ତାହେଲେ ଅସଲି କଳାକାର୍ କିଏ ?
