STORYMIRROR

BULU BEHERA

Others

2  

BULU BEHERA

Others

ଅସଲି ବିହନ

ଅସଲି ବିହନ

1 min
58

ବିହନ ତ ବିହନ

ଏପରି ଅସଲି ବିହନ

ବଜାରରେ କିଣିଲେ

ଏସବୁ ଜମାରୁ ମିଳେ ନାହିଁ

ଋତୁ ଅନୁସାରେ ଏସବୁ ବିହନ

ସ୍ୱତଃ ଅଣିଚଣା ପରି  

ଜମିରେ ସବୁ ଫଳିଥାଏ

ଖରାଦିନେ ଯେତେବେଳେ

ସୂର୍ଯ୍ୟଙ୍କର ପ୍ରଚଣ୍ଡ ତlପରେ

ସୂର୍ଯ୍ୟ ଦେବତା ରାଗରେ ଜଳି

ସମସ୍ତଙ୍କ ଉପରେ ବିହନ ବୁଣନ୍ତି

ଛଣି ଗଛ ଉଠିଲା ପରି ଏହା

ଶୀଘ୍ର ଶୀଘ୍ର ଉଠି କ୍ଷେତରେ ପାଚିଯାଏ

ଧାନକୁ କାଟିଲା ପରି ତୁମେ 

ଯେତେ ତାକୁ ବାରମ୍ବାର କାଟିବ

ଏ ଘିମିରି ରୂପକ ଗଛ ସବୁ

ପୁଣି ଆଉ ଥରେ ସେ ଉଠିବ l

ସେହିପରି ବର୍ଷା ଋତୁ ଆରମ୍ଭରେ

ବର୍ଷା ରାଣୀ ବିହନ ବୁଣିଲେ

ବିହନ ସବୁ ଗଛ ନ ହୋଇ

ଗଜା ହୋଇ ରହିଥାଏ 

କ୍ରମେ ପ୍ରତିକୂଳ ପରିବେଶ ଦେଖି

ହଇଜା ଓ ଜ୍ୱର ରୂପରେ 

ସେହି ମଞ୍ଜି ମୁହଁ ବାଟେ

କିମ୍ବା ତଳ ବାଟେ ପିଚକାରୀ

ମାରିଲା ପରି ବାହାରି ଯାଇ

ଜମି  ଅନୁର୍ବର ହୋଇଯାଏ

କୀଟନାଶକ ଔଷଧ ଠିକ ରୂପେ

 ସିଞ୍ଚନ କଲେ ଜମିର ଉର୍ବରତା

ପୁଣି ପୁଣି ଫେରି ଆସିଥାଏ l

ଶୀତର ଆଗମେ ଜମି ଗୁଡିକ

ବହୁତ ସୁନ୍ଦର ଦିଶୁଥାଏ  

ଶୀତ ଦିନେ ନ ଥାଏ

ଗ୍ରୀଷ୍ମର ଉତ୍ତାପ କି 

ବର୍ଷାର ଭୟଙ୍କର ପ୍ରକୋପ

ତେଣୁ ବିହନଟା ଯେଉଁ 

ଜାଗାରେ ପଡିଲା, ଠିକ ରୂପେ

ନ ମରି ସେ ଅଙ୍କୁରୋଦଗମ ହେଲା

କାଶ, ବିହନ ଯେଉଁ କ୍ଷେତରେ ପଡିଲା

ସେଠି ଭୂଇଁ ପୁରା ଟାଙ୍ଗରା ହୋଇଲା

ଯାଦୁ, କାଛୁ, କୁଣ୍ଡିଆ, କରୋନା ଆଦି

ଯେଉଁ କ୍ଷେତରେ ବିଛୁଆତି ପରି ଫଳିଲା

ସେ ଦିନ ରାତି କାନ୍ଦି କାନ୍ଦି ରାମ୍ପି ରାମ୍ପି ମଲା

ତେଣୁ ଏହି ବିହନକୁ ମରିବା ପର୍ଯ୍ୟନ୍ତ 

ଯଥେଷ୍ଟ ପରିମାଣରେ ଆମେ

କୀଟନାଶକ ଔଷଧ ପ୍ରୟୋଗ କରିବା

ନ ହେଲେ ରାତିରେ ନିଦ ହେବନି କି

ଦିବସରେ ଭୋକ ମଧ୍ୟ ହେବନି

କେବଳ ରାମ୍ପି ରାମ୍ପି ତୁମ ଅବସ୍ଥା

ଏପରି ହୋଇଥିବ ଯେ ଅଜାଗା ଘାଆ

ଦେଖି ହୁଏ ନାହିଁ କି, ଦେଖେଇ ହୁଏ ନାହିଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍