ଅସଲ ସୌନ୍ଦର୍ଯ୍ଯ
ଅସଲ ସୌନ୍ଦର୍ଯ୍ଯ
ସୁନ୍ଦର ମାତର ଚର୍ମର ଗଭୀର
ରଙ୍ଗ ରୂପ ଦୃଶ୍ଯନେଇ
ରୂପ ଚେହେରାର ସୁନ୍ଦର ଆକାର
ଚକ୍ଷୁର ଲାଳସା ପାଇଁ ।
ସେବା ସହଯୋଗ ସ୍ନେହ ଅନୁରାଗ
ପ୍ରେମ ପୂର୍ଣ୍ଣ ଭାବ ଭକ୍ତି
ଅସଲ ସୌନ୍ଦର୍ଯ୍ଯ ମନର ମାଧୁର୍ଯ୍ଯ
ହୁଏ ସର୍ବ ଗୁଣ ପ୍ରାପ୍ତି ।
ସୌନ୍ଦର୍ଯ୍ଯତାପଣ ହୁଏ ଅକାରଣ
ସୁଗୁଣତା ଯା'ର ନାହିଁ
ସତ୍ଯ ଧର୍ମ ଗୁଣ କରି ପରିପୂର୍ଣ୍ଣ
ନ୍ଯାୟ ନୀତି ଅନୁସରି ।
ଉତ୍ତମ ବେଭାର ସୁନ୍ଦର ସଂସ୍କାର
ହୃଦୟେ ଧାରଣ କରି
ଅସଲ ସୌନ୍ଦର୍ଯ୍ଯ କରିପାରେ ଧାର୍ଯ୍ଯ
ସମାଜ କଲ୍ଯାଣ ପାଇଁ ।
ସ୍ବଚ୍ଛ ଆଚରଣ ଶୁଦ୍ଧ ଉଚ୍ଚାରଣ
ଅସଲ ସୌନ୍ଧର୍ଯ୍ଯପଣ
ବ୍ଯବହାର ପଣେ ସର୍ବମନ ଜିଣେ
ଶ୍ରେଷ୍ଠତାର ଏ ଲକ୍ଷଣ
ଉତ୍ତମ ଚରିତ୍ର ହୃଦୟ ପବିତ୍ର
ନିଜ ପାଖେ ଥାଏ ରହି ।
