STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଅଶ୍ରୁ ଲେଖା

ଅଶ୍ରୁ ଲେଖା

1 min
585




ଦୁଇବୁନ୍ଦା ଲୁହ

କାହାଣୀ ଲେଖିବାର

ପ୍ରୟାଶ କରେ


ସବୁବେଳେ ଅଛି

ମୁଁ

କିନ୍ତୁ

ସେ ନ ଥାଏ ମୋ ସହ

କେବେ


ତୁମେ ବୁହାଇ ଚାଲ

ଅଶ୍ରୁ

ଅକାରଣେ

ନିଜକୁ ନିଜେ କରି

ପ୍ରତାରିତ,


ବଦଳାଅ ପରିଚୟ

ବାରମ୍ବାର

ମୁଁ କିନ୍ତୁ ବଦଳାଇ ନାହିଁ

ନାମ

ବିପଥଗାମୀ ନୁହେଁ ବି

ମୋ ପ୍ରେମ,


ଚାଲି ଆସ

ବାହୁ ବନ୍ଧନ ମୋର ଏ ଯାବତ ରଖିଛି ଖୋଲା

ତୁମ ଲାଗି,


ଶୁନ୍ୟରେ ମୋ ଡାକ ପ୍ରତିଧ୍ବନିତ ହୋଇ ଫେରି ଆସେ

ତୁମେ ନ ଫେରିବା ପୂର୍ବରୁ

କହି ;

ତୁ ବି ଲେଖେ ଦୁଇ ବୁନ୍ଦା ଅଶ୍ରୁ ସହ ତୋ ପ୍ରେମିକାର ନାମେ

ଲିଭିଯାଇ ହଜିଯାଉ ରେଖାଙ୍କିତ ଯେତେ ପାଦ ଚିହ୍ନ

ଲହଡି ସହ ବେଳାଭୂମିର,

ଯିଏ ମନେ ରଖିଛି

ସାଇତି ହୃଦୟେ

ସବୁ ଦିନେ

ସିଏ ତାହାର ହୋଇ ବି ନ ହୋଇ ପାରେ ଅନ୍ୟ କାହାର


ନିଦ୍ରା, ସମ୍ଭୋଗ, ଜାଗ୍ରତ ରେ ତୁ

ଦେହ ସିନା ଦଳି ଚକଟି ଯାଏ

ଆଉ କାହା ଶଯ୍ୟାରେ

ମିଳନ ତ ଖୋଜେ

ଆତ୍ମା ତୋର,


କରାଘାତ ନ କରି

ଆଉଜା ଦରଜା

ସମ୍ମୁଖେ

ଛିଡା ହୋଇଛି ବୁକୁଫଟା କୋହ

ଖୋଲିବି ନା ଫେରିଯିବି

ଭାବି

ମନେ ଦଣ୍ଡାୟମାନ ସଂଶୟଗ୍ରସ୍ତ

ଇଚ୍ଛାକନ୍ୟା

ଅଶ୍ରୁ ଲେଖା--------------!


©®କାଶ୍ୟପ ରାୟଗଡା


Rate this content
Log in