STORYMIRROR

Sandhyarani dash

Others

4  

Sandhyarani dash

Others

ଅଶାନ୍ତି ହୁଅଇ ପ୍ରାପ୍ତି

ଅଶାନ୍ତି ହୁଅଇ ପ୍ରାପ୍ତି

1 min
155

ବୋଉ ତୁ ମୋର କାନରେ ତୁନି ତୁନୀ

କହିଥିଲୁ ନୀତିବାଣୀ

ଜୀବନ ଯୁଦ୍ଧରେ ହାରିଗଲା ବେଳେ

ମନେ ପକାଉଛି ପୁଣି।

ସଂସାର ହେଲାଣି ଏତେ କଳୁଷିତ

ଭଲ ଲୋକ ପାରି କଷ୍ଟ

ସାନ ଠାରୁ ବଡ଼ ସଭିଏଁ ଜଡ଼ିତ

ଜୀବନ ହେଉଛି ନଷ୍ଟ।

କଷ୍ଟ ହୁଏ ମୋତେ ଅନ୍ତର ଫାଟଇ

ଦୁଃଖରେ ମୁଁ ଜଡି ଯାଏ

ଭଲ ମନ୍ଦ ସବୁ ତୁଲାଇ ତୁଲାଇ

ମନ ମୋର ଭାଙ୍ଗି ଯାଏ।

ଛୋଟ ହୋଇ ଥିଲି ବଡ଼ ହୋଇ ଗଲି

ପାଇବି ପରମ ତୃପ୍ତି

ବଡ଼ ହୋଇ ଯାଇ ଲାଗେ ଛୋଟ ମୋତେ

ଅଶାନ୍ତି ହୁଅଇ ପ୍ରାପ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍