STORYMIRROR

Sanjya Tripathy

Others

3  

Sanjya Tripathy

Others

ଅର୍ଥହୀନତାର ଭାଷା

ଅର୍ଥହୀନତାର ଭାଷା

1 min
185

ଅର୍ଥହୀନତାର ବି

ଗୋଟାଏ ଭାଷା ଥାଏ

ଯାହା ସମ୍ପୂର୍ଣ୍ଣ ଅର୍ଥପୂର୍ଣ୍ଣ ଓ ଚିନ୍ତାଦ୍ୟୋତକ,

ଆସ ଖୋଜିବା ସେ ଭାଷାକୁ

ମୌସୁମୀର ପହିଲି ପରଶରେ

ବନବିହଙ୍ଗୀର ଚପଳ ନୃତ୍ୟରେ

ସାଧବବୋହୁର ଅପାପବିଦ୍ଧତାରେ... !

ସେ ଭାଷା ମିଳିବନି –

ଅମରକୋଷର ଅଭିଧାନରେ

ଅମୃତାୟନର ଅଳଙ୍କରଣରେ

କବି

ଅମାବାସ୍ୟାର ଚନ୍ଦ୍ର ପରି ଅଦ୍ଭୁତ ପରିକଳ୍ପନାରେ !

ପୁଣି

ସେ ଭାଷା ମିଳିବ -

ମୌସୁମୀ ତା ପ୍ରିୟାର ପଣତକାନିରେ

ମୁକ

ସଦ୍ୟସ୍ନାତା ସୀମନ୍ତିନୀର ସିନ୍ଦୂର ବିନ୍ଦୁରେ

ମାୟାବିନୀ ରଜନୀର ଗାଢ଼ ସାନ୍ଦ୍ରତାରେ !

ପୁଣି

ତାକୁ ମୁଁ ଖୋଜିଚାଲେ –

ଫୁଲ

ପଲ୍ଲୀରୁ ଦିଲ୍ଲୀ – ସମ୍ବଲପୁରରୁ ମାନହଟନ୍

ପୁଣି

ଘଞ୍ଚ ଅରଣ୍ୟ – ଉଭୁଙ୍ଗ ମହେନ୍ଦ୍ର

କିଛି

ଯାହା ଭାସି ଆସେ ଶିରିଶିରି କାଲୁଆ ପବନରେ

ଅନବଦ୍ୟ ଏକ ଅପରୂପା ପ୍ରତିମାରେ।



Rate this content
Log in