STORYMIRROR

Monalisha Panda

Others

4  

Monalisha Panda

Others

ଅର୍ଥ ର ଯୁଗ

ଅର୍ଥ ର ଯୁଗ

1 min
318

ଆଜିର ଯୁଗ ସତେ ବଡ଼ ବିଚିତ୍ର 

ଅର୍ଥ ଅଛି ଯାହା ପାଖେ ସେ ବହୁ ଚର୍ଚ୍ଚିତ ।। 

ମଣିଷ ମଣିଷ ମଧ୍ୟେ ନାହିଁ ସେହି ପ୍ରେମ ସମ୍ପର୍କ 

କଥା କଥାରେ ହେଉଛି ବହୁ ଯୁକ୍ତି ବହୁ ତର୍କ ।।

ସମସ୍ତେ ଅଟନ୍ତି ଏଠି ଅର୍ଥ ର ଦାସ 

ଯାହା ପାଖେ ନାହିଁ ଅର୍ଥ ସେ ହୋଇଲା ସର୍ବନାଶ ।। 

ଅର୍ଥ ର ଲାଳସା ଭରି ରହିଛି ସଭିଙ୍କ ମନରେ 

ପରିବାର ମନେ ହୁଏ ନୀଚ୍ଚ ଏଇ ଅର୍ଥ ଆଗରେ ।।

କଳିଯୁଗ ନୁହେଁ ଏଇ ତ ଅର୍ଥ ର ଯୁଗ 

ଲାଗେ ସତେ, ଅର୍ଥ ପଛେ ଏଠି ମନୁଷ୍ୟ ଧାବମାନ ମୃଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍