STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅର୍ପଣ କରିଛୁ ସବୁ

ଅର୍ପଣ କରିଛୁ ସବୁ

1 min
334

ତୋହରି ରଚନା ମନୁଷ୍ୟ ସମାଜ

     ଶ୍ରେଷ୍ଠ କରିଅଛ ଅପୂର୍ବ ସମାଜ,

କର୍ମର ନିମନ୍ତେ ଗଢିଛୁ ସମାଜ

     ଭବ କାର୍ଯ୍ୟ ପାଇଁ ହୋଇଛି ସମାଜ।୧।


ହାତ ରଖି ନାହିଁ ଦେଇଛୁ ମାନବେ

     ପାଦ ରଖି ନାହିଁ ଅର୍ପଣ ମାନବେ,

କି କର୍ମ କରୁଛି ବୁଝୁଛୁ ମାନବେ

     ଦିବ୍ୟଚକ୍ଷୁରେ ଟି ଦେଖୁଛୁ ମାନବେ।୨।


ସତ୍ୟ ବାଟ ହେବ ଜୀବନେ ତାଙ୍କର

     ଧର୍ମପଥ ହେବ କର୍ତ୍ତବ୍ୟେ ତାଙ୍କର,

ଜନସେବା ହେବ କାର୍ଯ୍ୟ ହିଁ ତାଙ୍କର,

     ରାଷ୍ଟ୍ର ସେବା ହେବ ଜୀବନ ଯାତ୍ରାର।୩।


ଶାସ୍ତ୍ର ଦେଇ ଅଛ ଜ୍ଞାନର ନିମନ୍ତେ

     ବେଦ କରି ଅଛ ଶିକ୍ଷାର ନିମନ୍ତେ,

ଚକ୍ଷୁ ରଖି ଅଛ ଦେଖିବା ନିମନ୍ତେ,

     କର୍ଣ୍ଣ ରଖିଅଛ ଶୁଣିବା ନିମନ୍ତେ।୪।


ଦେଇ ଅଛୁ ସବୁ କରନ୍ତି କୁକାର୍ଯ୍ୟ

    ସ୍ୱାର୍ଥରେ ଜଡ଼ିତ ହୁଏ ତାଙ୍କ କାର୍ଯ୍ୟ,

ପାପ କାର୍ଯ୍ୟେ ସଦା କରନ୍ତି ସେ କାର୍ଯ୍ୟ,

    ନିଃସ୍ୱାର୍ଥର ଭାବ ନାହିଁ ତାଙ୍କ କାର୍ଯ୍ୟ।୫।


ପରୋପକାର ନାହିଁଟି ଜୀବନେ

    ରାଷ୍ଟ୍ର ସେବା ନାହିଁ ତାଙ୍କରି ହିଁ ମନେ, 

ଦେଶ ବିରୋଧରେ କାର୍ଯ୍ୟ ହିଁ ଜୀବନେ,

    ହିଂସା ଭାବ ସଦା ତାଙ୍କରି ହିଁ ମନେ।୬।


ଦେଶ ଶତ୍ରୁ ପରି କାର୍ଯ୍ୟ ହିଁ ତାଙ୍କର,

    ଦେଶ ଭକ୍ତି ନାହିଁ ଜୀବନେ ତାଙ୍କର,

ଜନ୍ମଭୂମି ପ୍ରତି ନାହିଁଟି ଆଦର,

    ଭାଷା ପ୍ରତି ନାହିଁ ଗର୍ବ ହିଁ ତାଙ୍କର।୭।


ପ୍ରଭୁ ଭକ୍ତି ନାହିଁ ଜୀବନେ ତାଙ୍କର

    ଧର୍ମକର୍ମ ନାହିଁ ଜୀବନ ଯାତ୍ରାର,

ଧରଣୀ ରାଣୀକୁ ସଦା ଲୁଟୁଛନ୍ତି,

    ତୋହରି ଭିଆଣ ବିନାଶ କରନ୍ତି।୮।


କିପରି ସମାଜ କରିଛୁ ନିର୍ମାଣ,

    କିପରିଟି ହେବ ରାଷ୍ଟ୍ରର ନିର୍ମାଣ,

କହ ଜଗନ୍ନାଥ କିପରି ଭିଆଣ

    ଭୟ ନାହିଁ କାରେ ପାପରେ ଭ୍ରମଣ।୯।


ଦେଖୁଅଛୁ ସବୁ ତୋ ଦିବ୍ୟଚକ୍ଷୁରେ

    ପ୍ରତିକାର କର ଆହେ ନିରାକାରେ,

ଜ୍ଞାନ ଦିଅ ପ୍ରଭୁ ଜୀବନ ଯାତ୍ରାରେ,

    ପଥ ଦିଅ ପ୍ରଭୁ କର୍ମର ମାର୍ଗରେ।୧୦।


ଶକ୍ତିଶାଳୀ କର ତୋହର ଏ ଭୂମି

    ଆତ୍ମନିର୍ଭରଟି ହେଉ ଏହୁ ଭୂମି,

ଧର୍ମପଥେ ରହୁ ସଦା ତର ଭୂମି

    ବିଶ୍ୱଗୁରୁ ହେଉ ଏ ପବିତ୍ର ଭୂମି।୧୧।


ତୋହରି ରଚନା ମନୁଷ୍ୟ ସମାଜ

    ଶ୍ରେଷ୍ଠ କରି ଅଛ ଅପୂର୍ବ ସମାଜ,

କର୍ମର ନିମନ୍ତେ କରିଛୁ ସମାଜ,

    ଭବ କାର୍ଯ୍ୟ ପାଇଁ ହୋଇଛି ସମାଜ।୧୨।



Rate this content
Log in