STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅର୍ପଣ କରିଛି ସବୁ

ଅର୍ପଣ କରିଛି ସବୁ

1 min
367

ଚଉଁରା ମୂଳରେ ମୁରୁଜ ବୁଣିଛି

ସକାଳୁ କରି ସ୍ନାହାନ

ଆକାଶ ଦୀପଟେ ଟେକି ମୁଁ ଦେଇଛି

ମାପି ନାହିଁ ପାପ ପୂଣ୍ୟ।


   ଜଗନ୍ନାଥ ପଦେ ବିକିଛି ଜୀବନ

   ଅନ୍ୟେ କିଛି ଇଚ୍ଛା ନାହିଁ 

     ଇଷ୍ଟଦେବୀ ଆମ ଦୂର୍ଗାଙ୍କ ଚରଣେ

   ଆକାଶଦୀପଟି ତହିଁ।


ରାଧାକୃଷ୍ଣଙ୍କର ମନ୍ଦିରେ ଟେକିଛି

ଭକ୍ତିରେ ଦୀପକୁ ମୁହିଁ 

ଦାନୀ କଳ୍ପେଶ୍ୱର ଅକର୍ମା ଦାନୀଙ୍କୁ

ଟେକି ଅଛି ଦୀପ ମୁହିଁ।


   ଜଗତ ମଙ୍ଗଳ କର ଜଗନ୍ନାଥ

   କର ମଙ୍ଗଳ ହେ ଦେବୀ 

    ପ୍ରେମ ଭକ୍ତି ଶ୍ରଦ୍ଧା ଦିଅ ଗିରିଧାରୀ

   କର ପୂର୍ଣ୍ଣ ଇଷ୍ଟଦେବୀ।


ଅକର୍ମାଦାନୀଙ୍କ ଚରଣେ ଟେକିଛି

ଆକାଶ ଦୀପଟି ମୁହିଁ 

ଗୃହର କର୍ତ୍ତବ୍ୟ ପୂରଣ କରହେ

ଭକ୍ତି ରଖିଅଛି ମୁହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍