ଅର୍ପଣ କରିଛି ସବୁ
ଅର୍ପଣ କରିଛି ସବୁ
1 min
359
ଚଉଁରା ମୂଳରେ ମୁରୁଜ ବୁଣିଛି
ସକାଳୁ କରି ସ୍ନାହାନ
ଆକାଶ ଦୀପଟେ ଟେକି ମୁଁ ଦେଇଛି
ମାପି ନାହିଁ ପାପ ପୂଣ୍ୟ।
ଜଗନ୍ନାଥ ପଦେ ବିକିଛି ଜୀବନ
ଅନ୍ୟେ କିଛି ଇଚ୍ଛା ନାହିଁ
ଇଷ୍ଟଦେବୀ ଆମ ଦୂର୍ଗାଙ୍କ ଚରଣେ
ଆକାଶଦୀପଟି ତହିଁ।
ରାଧାକୃଷ୍ଣଙ୍କର ମନ୍ଦିରେ ଟେକିଛି
ଭକ୍ତିରେ ଦୀପକୁ ମୁହିଁ
ଦାନୀ କଳ୍ପେଶ୍ୱର ଅକର୍ମା ଦାନୀଙ୍କୁ
ଟେକି ଅଛି ଦୀପ ମୁହିଁ।
ଜଗତ ମଙ୍ଗଳ କର ଜଗନ୍ନାଥ
କର ମଙ୍ଗଳ ହେ ଦେବୀ
ପ୍ରେମ ଭକ୍ତି ଶ୍ରଦ୍ଧା ଦିଅ ଗିରିଧାରୀ
କର ପୂର୍ଣ୍ଣ ଇଷ୍ଟଦେବୀ।
ଅକର୍ମାଦାନୀଙ୍କ ଚରଣେ ଟେକିଛି
ଆକାଶ ଦୀପଟି ମୁହିଁ
ଗୃହର କର୍ତ୍ତବ୍ୟ ପୂରଣ କରହେ
ଭକ୍ତି ରଖିଅଛି ମୁହିଁ।
