Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Others

3.0  

Sanatan Das

Others

ଅର୍କ ଐତିହ୍ୟ

ଅର୍କ ଐତିହ୍ୟ

1 min
420


ଅର୍କ କ୍ଷେତ୍ର କୋଣାର୍କ!!!!!

ଚାରୁ ମଣ୍ଡିତ, କାରୁକାର୍ଯ୍ୟ ଶୋଭିତ,

ଉଦିତ ସୂର୍ଯ୍ୟର ପହିଲି କିରଣରେ

ଉଦ୍ଭାସିତ ଆମ ଐତିହ୍ୟ , ଆମ ଗୌରବ...।


ପୃଥିବୀର ଆଶ୍ଚର୍ଯ୍ୟ ଭିତରୁ

ବାରି ହୋଇପଡେ, ବ୍ଲାକ ପାଗୋଡାର

ସୁକ୍ଷ୍ମାତୀତ ଓଡ଼ିଶାର କଳା ନିପୁଣତା...।


ଶୁଣିବାକୁ ମିଳେ ଧର୍ମପଦର ବଳିଦାନର କାହାଣୀ,

ଯାହା ପାଇଁ କୋଣାର୍କ ଆଜି ପ୍ରଶଂସିତ ହେଲେ ବି

କିଞ୍ଚତାଂଶ ରେ ନିନ୍ଦିତ ଓ ଅପବାଦିତ...।


ଚନ୍ଦ୍ରଭାଗାର ମୁହାଣ,

ବାଲୁକା ଶଯ୍ୟାରେ ଅଙ୍କୁର ଉଦ୍ଗମ

ଆମ ସର୍ବବ୍ୟାପୀ ଐତିହ୍ୟର...।


ଧରମା, ବିଶୁ ମହାରଣା, ଶିବେଇ ସାମନ୍ତ ରାୟ,

ଆଉ ନରସିଂହ ଦେବ , ହଜି ଗଲେଣି

ଇତିହାସର ପୃଷ୍ଠାରେ....।

ତଥାପି କୋଣାର୍କର ଐତିହ୍ୟ ଆଜି ବି

ରହିଛି ଆଉ ରହିଥିବ

ଆମ ପ୍ରାଚୀନ ଐତିହ୍ୟ ର ଏକମାତ୍ର

ମୁକ ସାକ୍ଷୀ ହୋଇ ଯୁଗ ଯୁଗକୁ...।


Rate this content
Log in