STORYMIRROR

Rajalaxmi Tripathy

Others

3  

Rajalaxmi Tripathy

Others

ଅର୍ହତ୍

ଅର୍ହତ୍

1 min
13.7K


ଆଉ କ୍ଲାନ୍ତି କଣ,

ଅତିକ୍ରମ କରିଛି ସେ କ୍ଲେଶ

ତା'ଗନ୍ତବ୍ୟ ପଥର।

କେହି ଆଉ ଟାଣି ବେନି

ସାଗର ମଝିକୁ

ତୃଷ୍ଣା ନିବାରଣ ପାଇଁ।

ସବୁ ଦିଗ ଦିଶେ ତାକୁ ଫର୍ଚ୍ଚା

ଆଲୋକିତ ଉଦ୍ ଭାସିତ

ମୁକ୍ତ ସିଏ ଚାରିଆଡୁ

ବନ୍ଧନରହିତ,

ଶୂନ୍ୟ ଝୁଲଣାରେ ଝୁଲେ

ଶୂନ୍ୟ ନିଧିବନେ

ଶୂନ୍ୟ ରଙ୍ଗ ଶୂନ୍ୟ ମହୋତ୍ସବ।

ସିଏ ଏକ ରଥୀ

ନିୟନ୍ତ୍ରଣେ ତାର ସବୁ ଅଶ୍ବ

ସେ ଏକ ଅଟଳ ସ୍ତମ୍ଭ

ଦୃଢ଼ ନିଶ୍ଚଳ ବସୁଧାର।

ଉପଲବ୍ଧି ଅଛି ତାର ଅନିତ୍ୟତା

ଅସାରତା ସଂସାର ଲୀଳା ର।

ସେ ଏକ ବିଶୁଦ୍ଧ ନଦୀ

ଧାଇଁ ଯାଏ ଅନନ୍ତ ର

ଅସୃଷ୍ଟ ପଥରେ।

ଏକ ମୁକ୍ତପକ୍ଷୀ ସେ

ଉଡ଼ିବୁଲେ ଶୂନ୍ୟ ଦିଗ୍ ବଳୟେ

ପାରହୋଇ ଅହେତୁକ ରେଖାଚିତ୍ର

ଏ ମାୟା ସୃଷ୍ଟିର।


Rate this content
Log in