STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଅର୍ବାଚୀନ

ଅର୍ବାଚୀନ

1 min
27.4K



ଖୋଜା ବା ଅଖୋଜା

ଲୋଡା ବା ଅଲୋଡା

ଅବାଂଛିତ ବା ବାଂଛିତ

ପୁରୁଷ ବା କାପୁରୁଷ

ବିଜ୍ଞ ବା ଅଜ୍ଞ

ବିବେକୀ ବା ଅବିବେକୀ

ଲଜ୍ଜାଶୀଳ ବା ଲଜ୍ଜାହୀନ,

କିଏ ଜାଣୁ ବା ନଜାଣୁ

କିଏ ବୁଝୁ ବା ନବୁଝୁ

ମୁଁ କିନ୍ତୁ ଭଲଭାବେ ଜାଣେ

ସେ ଏକ ଥୁଣ୍ଟା ବରଗଛଟିଏ

ବୃଥା ଅହମିକାରେ ପେଷିହୋଇ

ସ୍ପର୍ଦ୍ଧିତ ଆସ୍ଫର୍ଧାରେ ଛନ୍ଦିହୋଇ

ଆସ୍ଫାଳନର ଶେଷ ପାହାଚରେ

ଚିତ୍କାର କରୁଥିବା ଅବୋଧ, ଆଜ୍ଞାନ

ପରିଚୟହୀନ ଯାଯାବରଟିଏ ,

ହୋଇପାରେ ହୁଏତ

ଅଜଣା ଏକ ଗ୍ରହରୁ

ଖସିପଡିଥିବା ଜ୍ବଳନ୍ତ ଉଲକାପିଣ୍ଡଟିଏ,

ନିମିଷକେ ସ୍ଥିତି ର ଅସ୍ତିତ୍ବ ଖୋଜୁଥିବା

ବୁଦ ବୁଦଟିଏ ,

ସମୟର ଚକ୍ରବ୍ୟୁହ ରେ ହା ହା କାର କରୁଥିବା

ଅଶାନ୍ତ, ଅମାନବିକ,

ଅମଣିଷପଣିଆର ନିଚ୍ଛକ

ପ୍ରତିଛବିଟିଏ ।।


ଝଡପରେ ପୃଥିବୀ ଟା ଶାନ୍ତ ହୋଇଗଲେ

ଢାଙ୍କିଥିବା କଳାମେଘ ହଟିଗଲାପରେ

ଭୁପତିତ ସାମ୍ରାଜ୍ୟ ର ସ୍ଖଳିତ,

ଅବଲୁଣ୍ଠିତ ଭଗ୍ନରୂପ ତଳେ

ପୁଣି ଜନ୍ମ ନେବ ବିବେକର ଅଭିମନ୍ୟୁ

ଅଭିଶପ୍ତା ପାଷାଣୀ ଅହଲ୍ଯା ଙ୍କ

ହେବ ପୁନର୍ଜନ୍ମ

ସଇତାନ ସପ୍ତରଥୀଙ୍କ କବର ତଳେ

ହେବ ଧର୍ମର ପୁନଃ ସଂସ୍ଥାପନ ।

ସେ ରୂପକଳ୍ପହୀନ ,ଅର୍ବାଚୀନ

ଅପାଂକ୍ତେୟ , ଅନ୍ତଃସାରହୀନ

ଭଗ୍ନଶିଳା ଟିଏ ଖୋଜୁଥିବ

ଭିନ୍ନ ଏକ ପାନ୍ଥଶାଳା

ଏ ଗ୍ରହ ରୁ ସେ ଗ୍ରହ ଘୂରି ଘୂରି

ଠିକ୍ ଏକ ପଳାୟନପନ୍ଥୀ ଭଳି ।।

------'--'--------

ଶରତ କୁମାର ଦାସ

ଅଧ୍ୟାପକ,ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।

ଜି-କେନ୍ଦୁଝର-୭୫୮୦୩୫

ଦୂରଭାଷ-୯୪୩୮୨୪୩୧୪୯


Rate this content
Log in