STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଅପତ୍ୟ

ଅପତ୍ୟ

1 min
11.6K

 ଆନନ୍ଦ ଅପର୍ଯ୍ୟାପ୍ତ 

ଅଵର୍ଣ୍ଣନୀୟ ଅନୁଭୁତି

ରେ ତୁ ପ୍ରକାଶିତ

ତୁ ଆମ ପାଇଁ ଦିବ୍ୟ

ଦୁହିଁଙ୍କ ଜୀବନ ରେ 

ବାସ୍ନାମୟ ସମ୍ଭାବନା।

ତୁ ଅଲଭ୍ୟ ଅପତ୍ୟ


ଆମ ମହତ୍ତ୍ୱକାଂକ୍ଷା

ସ୍ୱପ୍ନ, ବାସ୍ତବତା 

ସବୁକିଛି ତୋ ଠାରୁ ପ୍ରାପ୍ତ ।

ତୋ ଭବିଷ୍ୟତ କୁ ଉଜ୍ଜଳ

କରିବାକୁ ଆମେ ସ୍ୱାକ୍ଷରିତ।


ତୁ ଆସିଛୁ ଆମ ଜୀବନ କୁ

ପରିପୂର୍ଣ୍ଣ କରି ଦେବା ପାଇଁ

ପବିତ୍ର ମାତ୍ରୁତ୍ୱ ପ୍ରାପ୍ତି

ଆଉ ପିତ୍ରୁତ୍ୱ ର ସନ୍ତୁଷ୍ଠି

ଅକଳନୀୟ ଆନନ୍ଦରେ

ଭରି ଦେବା ପାଇଁ।


ଆମେ ପ୍ରତିବଦ୍ଧ୍ୟ ତୋ ପାଇଁ

ହେବୁ ସୁରକ୍ଷାର ଅଭେଦ୍ୟ କବଚ।

ତୁ ଭବିଷ୍ୟ ଆମେ ଅତୀତ

ଆମ ଆଶୀଷ ତୋ ଉପରେ

ଅନିର୍ବାଯ୍ୟ,ଯେହେତୁ ତୁ

ଆମର ଅପତ୍ୟ।


         



Rate this content
Log in