STORYMIRROR

K. Nirmal

Others

3  

K. Nirmal

Others

ଅପସରି ଶୀତ

ଅପସରି ଶୀତ

1 min
3.6K



ଫଗୁଣ ଦେଇଛି ନୀଳ ଲଫାପାଟେ

ତୁମ ପାଇଁ ଟିକେ ଦେଖ,

ସ୍ମୃତି ଆକାଶରେ ବୁକୁଫଟା ଶୀତ

ଏହି ତୁମ ରୂପରେଖ୍।


ଅଳପ ଦିନରେ ଛାଡ଼ିଯାଅ କାହିଁ

ଖୋଜୁଥାଏ ମଳୟରେ,

ଦୁଃଖ ଲାଗେ ମୋତେ ଛାଡି ଚାଲିଗଲେ

ପାହାନ୍ତିଆ ମୁହୂର୍ତ୍ତରେ।


ତୁମ ବିନା ସତେ ଅଧୁରା ଲାଗିବ

ଗରମ ପବନ ଦେଲେ,

କଥା ଦିଅ ମୋତେ ଛାଡିଯିବ ନାହିଁ

ଯେତେ ଝଡ଼ ଆସୁଥିଲେ ।


କନ୍ଥା,କମ୍ବଳକୁ ନିଜର କରିଛି

କେବଳ ତୁମରି ପାଇଁ,

ତୁମ ସ୍ପର୍ଶରେ ହଜିଯାଏ ସତେ

ଅଲିଭା ସ୍ୱପ୍ନରେ ମୁହିଁ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:- ୯୫୬୬୧୧୩୬୦୭

◆ Gmail:- nirmaln270@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍