ଅପରିଚିତ
ଅପରିଚିତ
1 min
242
"ଅପରିଚିତ" ର ପରିଚୟ ମୋର
ମୁଁ ଏକ ଅଚିହ୍ନା ଛବି |୧|
ନିଜର ଲୋକଙ୍କ ଅଲୋଡା କବିତା
ଫିଙ୍ଗା କାଗଜର କବି |୨|
ଦୁନିଆ ଦେଖିଲେ ଦୁଃଖ ଲାଗେ ମୋତେ
ସମାଜ ଦେଖିଲେ ଉଦାସ |୩|
ସେଥିପାଇଁ ଖାଲି ନିଜକଥା ଲେଖି
ନିଜେ ହଜିବାର ପ୍ରୟାସ |୪|
ଅନ୍ୟମନସ୍କ ରେ ଜିଇଁଯିବା ପାଇଁ
ଖୋଜେ ଆତ୍ମିୟତା ଟିକେ |୫|
ହେଲେ ଆତ୍ମିୟତା ନିଖୋଜ ନାୟିକା
ଭୂମିଠାରୁ ଭୂମା ଯାକେ... |୬|
