ଅପରିବର୍ତ୍ତିତ
ଅପରିବର୍ତ୍ତିତ
1 min
123
ଭୁଲି ଯାଅ ତାଙ୍କୁ
ଯିଏ ଭୁଲି ଯାଇଛି
ତୁମ ଜୀବନ ଯାକର
ତ୍ୟାଗ କରିଥିବା ମୂହୁର୍ତ୍ତକୁ ।
ଅନାୟସରେ ସେ ଯେ
ମନେ ପଡିଯାଏ,ସବୁଠି
ଜୋର୍ ସୋର୍ ପଶିଯାଏ
ଲାଚାର ଅନ୍ତର ଭିତରେ
ଇଚ୍ଛା ସବୁକୁ ଖୁନ୍ଦାମାଡ ଦେଇ
ବ୍ୟାଘାତ କରେ ମନଟାକୁ ।
ସ୍ବପ୍ନ ଇଲାକାରେ ସିଏ
ବିଚରଣ କରେ, ସାଉଁଟାଏ
ଅଭାବ ର ସବୁ ଟୁକୁଡାକୁ
ଅମାନିଆ ମନ ସହ
ଜୁଝୁଥାଏ ଥରକୁ ଥର
ଫିକା କରିଦିଏ ,ସମଗ୍ର
ସଜଫୁଟା ଚଳନ୍ତି ସହର
ଅମୃତ ଗୋଳାଇଲେ ହୁଏ
ହଳାହଳ ଜହର ,
ଜିଇଁ ବାକୁ ହୁଏ ଏଠି
ଅତୀତ କଳା ପଟାରେ
ଦୃଶ୍ୟ ,ଏଇ ବର୍ତ୍ତମାନ ର
ଯାହା ନୁହେଁ ଵଦଳିଵାର ।।
