ଅପରେସନ୍ ବିଜୟ
ଅପରେସନ୍ ବିଜୟ
ଆସ ହେ ଶତ୍ରୁ .......
ଲୁଚି ଲୁଚି ଅକ୍ତିଆର କରିବାକୁ ମୋ ଦେଶର ଭୂଇଁ।
ଏ ମାଟି ମା'ର ରହିଲା ରାଣ,
ମୋ ଦେଶ ସିପାହୀ ସଜାଗ ଅଛି ଜବାବ ଦେବା ପାଇଁ।
ଆସ ହେ ଶତ୍ରୁ ......
ଜଳ ,ସ୍ଥଳ ଓ ଆକାଶ ପଥରେ କରିବାକୁ ଲଢେ଼ଇ।
ତ୍ରିରଙ୍ଗା ଛୁଇଁ କରୁଛି ପଣ ,
ମାରିବୁ ସଭିଙ୍କୁ ଗୋଡେଇ ଗୋଡେଇ ।
ଆସ ହେ ଶତ୍ରୁ ......
ସାଜି ବିଚ୍ଛିନ୍ନତାବାଦୀ ଓ ଜିହାଦର କଞ୍ଚା ନିଶା ଖାଇ।
ଦିବାସ୍ୱପ୍ନ ହେବନି ପୂରଣ,
ଏକଥା ମୁଣ୍ଡରେ ଦିଅ ତୁମେ ପୁରେଇ।
ଆସ ହେ ଶତ୍ରୁ .......
ଲୁଚି ଲୁଚି ବିଶ୍ୱାସରେ ବିକଟାଳ ବିଷ ଦେଇ ।
ଲକ୍ଷ ତୁମର ହେବ ଯେ ହନନ ,
ମସ୍ତକ ଆମର କାଶ୍ମୀର ,ଆଲୋଚନା ଲୋଡ଼ା ନାହିଁ।
ଆସ ହେ ଶତ୍ରୁ ........
ପିଠି ପଟରୁ ଚୋଟ ମାରିବା ପାଇଁ ।
ଇଟାର ଜବାବେ ପଥରର ପଣ,
ଭାଇ ତୁମେ ରୁହ ପ୍ରସ୍ତୁତ ହୋଇ ।
ଆସ ହେ ଶତ୍ରୁ .....
ତୃତୀୟ ପକ୍ଷକୁ ଟେବୁଲକୁ ଟାଣିବା ପାଇଁ।
ଆମ୍ଭେ ତୁମ୍ଭ ପିତା କଲ ବିସ୍ମରଣ।
ଭାଇ ଟିକେ ଇତିହାସେ ଦେଖ ଯାଇ।
ଆସ ହେ ଶତ୍ରୁ .......
ଅଣ୍ଟିର ଛୁରୀ ହୋଇ ତଣ୍ଟି କାଟିବା ପାଇଁ ।
ନାଚିବ ଭୈରବ ଶୁଭେ ଗୁଞ୍ଜରଣ
ଯୁଧ୍ୟମ ଦେହି ! ଯୁଧ୍ୟମ ଦେହି!
