STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଅପ୍ରାକୃତିକ ଗନ୍ତବ୍ୟ

ଅପ୍ରାକୃତିକ ଗନ୍ତବ୍ୟ

1 min
287


ଅଶ୍ରୁ କଣିକାକୁ

ମୋର

ଅପ୍ରାକୃତିକ କହିପାର ,


ତାକୁ

ବିନ୍ଦୁ ବିନ୍ଦୁ ହୋଇ ଝରିବାକୁ ଦିଅ

ନୟନୁ ଅବିରତ,


ଯାହା 

କହିଚାଲେ କାହାଣୀ

ତୁମ ଓ ମୋର 

ଅପ୍ରାୟଶ୍ଚିତ ଘଟଣାବଳୀ

ସଂଘଟିତ

ଅନ୍ଧକୂପ ମଧ୍ୟର


ବିନ୍ଦୁ ବିନ୍ଦୁ 

ଅଶ୍ରୁକୁ ନେଇ ଟାଣି ଦେଲ 

ତୁମେ 

ଏକ ସରଳରେଖା

ନେଇ 

ସଦା ଅମିମାନ୍ସସିତ ତ୍ରିକୋଣମିତିର ଗାଣିତିକ ସୂତ୍ର,


ଅଭିନେତାଟିଏ 

ଭଳି 

ଚାଲିବା ଆରମ୍ଭ କଲି ପାଦ ଥାପି ଥାପି 

ପ୍ରତିବିନ୍ଦୁରେ ତୁମର,


ଅସରନ୍ତି 

ସେ ରାସ୍ତା , ଅସରନ୍ତି ମୋ ପ୍ରେମ ତୁମ ପାଇଁ,


କିଏ ? ବା ସମ୍ମାନ ଦେଇ ଜାଣିଛି

ମୋ ଭାବ ଓ ସମ୍ପର୍କର,


ସ୍ମୃତିସବୁ ଜଳି,ଜାଳି କେବେଠୁ 

ପାଉଁଶ ବନିଯାଇଛି,

ରହିଯାଇଛି ଯଦି କିଛି କେବଳ ଗୋଟିଏ 

#ଛାଇ ,

ତଥାପି,

ଚାଲିବାର ଏବେ ବି ହୋଇ ନାହିଁ 

#ବନ୍ଦ,


ଚାଲିଛି 

ଏକୁଟିଆ ଭିଡ ଭିତରେ ହୋଇ 

#ଏକ,


ସାଥି ନାହିଁ କେହି ଆପଣାର 

ବାଣ୍ଟିବାକୁ ଅସରନ୍ତି ରାସ୍ତାର ଅନୁଭୂତି


ନାଟକର ଯବନିକା ପତ୍ତନ ପର୍ଯ୍ୟନ୍ତ

ଅଭିନେତା ମୁଁ 

ନିଖୁଣ ଅଭିନୟ କରି ଚାଲିଥିବି 

ପାରୁ ପର୍ଯ୍ୟନ୍ତ,

ଆଜି ବି ମଉଳି ନାହିଁ ଯେ

ଅସୁମାରୀ ଆଶା 

ମୋର,


ମହମବତିଟିଏ ହୋଇ ତରଳି ଚାଲିଥିବି

ଅପ୍ରାକୃତିକ ହେଉ 

ପଛେ

ମୋ ଗନ୍ତବ୍ୟ-----------!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍