STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅପରାଧ,ଦଣ୍ଡ ଓ ମୂଲ୍ଯବାନ ବସ୍ତ୍ର

ଅପରାଧ,ଦଣ୍ଡ ଓ ମୂଲ୍ଯବାନ ବସ୍ତ୍ର

1 min
201


ମୂଲ୍ଯବାନ ବସ୍ତ୍ର ଦେଖି ବଢି଼ଗଲା ଲୋଭ

ଯାହା ଅଧଃପତନର କାରଣ

ସବୁ ଜାଣିଥିଲି 

ଚୋରି,ଦଣ୍ଡ ଆଉ ଅପରାଧ।


ତଥାପି କାହିଁକି ଆକର୍ଷିତ ହେଲି

ଜିଆକୁ ମାଛ ଓ ଆଲୋକକୁ ପତଙ୍ଗ ପରି

ଘୂରି ବୁଲିଲି ମରିବାକୁ ବୋଧେ।


ମୋତେ ଆଣିଦେଲା ଅସରନ୍ତି ଦୁଃଖ

ସାମାନ୍ଯ ଭୁଲରୁ ଅପରାଧୀ 

ଜେଲର ଚାରିକାନ୍ଥ ଭିତରେ ଥାଇ

ଭାବୁଥିଲି କାହିଁ କେତେ କଥା

ଯାହା ଧର୍ମର ଆଉ ବିବେକର।


କିଏ ଆକର୍ଷିଲା କେଜାଣି

ଲୁହ ଓ କୋହରେ ଗାଧୋଉଛି

ଛାଡି଼ଦେଇ ଦୂରେ ବହୁଦୂରେ

ପତ୍ନୀ,ପୁତ୍ର,କନ୍ଯା ଆଉ ପରିବାର।


ଯଦି ଜେଲରୁ ବାହାରେ

କେମିତି ଦେଖେଇବି ମୁହଁ

ଏ ନୀଚ୍ଚତାର ଆଉ ଅପକର୍ମର।


ହଠାତ୍ ବିବେକ ନୁହେଁ,ମନର ଇସାରା

ଆଉ ମହାପାପରେ ଘାଣ୍ଟିହେଲି

ପିନ୍ଧିଥିବା ଲୁଙ୍ଗିରେ ଝୁଲିଲି ଫ୍ଯାନରେ।


ମୋର ଆତ୍ମା ଘୂରୁଛି ଚୌଦିଗେ

ପାଇବାକୁ ଶାନ୍ତି ଅବା ମୁକ୍ତି

କିନ୍ତୁ ସବୁ ହିଁ ବୃଥା

ମୋତେ ଅପରାଧ,ଦଣ୍ଡ ଆଉ ମୂଲ୍ଯବାନ ବସ୍ତ୍ରରୁ

ଏବେ ଭୟଙ୍କର ଅଶରୀର 

ଗୋଟେ ଅତୃପ୍ତ ଆତ୍ମା।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍