STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅପମାନ

ଅପମାନ

1 min
586

ରାଷ୍ଟ୍ରର ସଂସ୍କାରେ ସମ୍ମାନିତ ସଦା

 କରେ ରାଷ୍ଟ୍ର ଅପମାନ 

ସମଭାବ ମନ୍ତ୍ର ଭାରତ ସଂସ୍କୃତି

 ବିଶ୍ୱେ କରେ ଅପମାନ।


କରନ୍ତି ଆଦରେ ସ୍ଥାପନ ପଦରେ

 ନାହିଁ ଭେଦଭାବ କିଛି 

ପଦ କାର୍ଯ୍ୟ ଅନ୍ତେ ଦେଶର ଗୌରବେ

 ପ୍ରଶ୍ନ କରୁଥାଏ ବାଛି।


ଚିନ୍ତା କର ଥରେ ଏପରି ବ୍ୟକ୍ତି କି

 ରାଷ୍ଟ୍ର ଭକ୍ତ ହୋଇ ପାରେ 

ଦେଶର ଗୌରବେ ଗର୍ବ ନାହିଁ ଯାର

 ଜୟଚନ୍ଦ ହୋଇ ପାରେ।


ଏପରି ବ୍ୟକ୍ତି କି ଉପରାଷ୍ଟ୍ରପତି

 ଦେଶର କି ହୋଇ ପାରେ 

ଥରେ ନାହିଁ ଭାଇ ଦୁଇ ଥର ପାଇଁ

 ଏହୁ ପଦ ପାଇ ପାରେ।


ମହା ଭୁଲ ଏହା ଦଳର ହିଁ ଥିଲା

 ଯେଉଁ ଦଳେ ସେହୁ ଥିଲେ 

ଚିନ୍ତା କରିବାକୁ ହେବ ହିଁ ରାଷ୍ଟ୍ରକୁ

 କେଉଁ ଭୁଲ କରିଥିଲେ।


ପଦ ପାଇଁ ଯାର ମିଠା ମିଠା କଥା

 ବିଷ ଭରି ଅଛି ହୃଦେ 

ପଦ ସରି ଗଲେ ବିଷାକ୍ତ ହେଉଛି

 ବୁଝିବାକୁ ହେବ ହୃଦେ।


ଦେଶ ଶତ୍ରୁ ସଙ୍ଗ ଜନ୍ମରୁ ପାଇଛି

 କରେ ଅପମାନ କାର୍ଯ୍ୟ 

ପଦେ ରହି ମଧ୍ୟ ଆତଙ୍କିର ସଙ୍ଗ

 ଦେଶଦ୍ରୋହୀ ପରି କାର୍ଯ୍ୟ।


ହିନ୍ଦୁସ୍ତାନୀ ଆମେ ହିନ୍ଦୁ ରାଷ୍ଟ୍ର ଆମ

 ସବୁ ସମୁଦାୟ ଏଠି 

ହିନ୍ଦୁସ୍ତାନୀ ସର୍ବେ ପାଅନ୍ତି ସୁବିଧା

 ନାହିଁ ଭେଦଭାବ ଏଠି।


ହିନ୍ଦୁ ପାଏ ଘର ମୁସଲମାନ ବି

 ସମଭାବ ମନ୍ତ୍ର ଏଠି 

ସୁବିଧା ମିଳେ ହିଁ ସମାନ ଭାବରେ

 ଜାତିବାଦ ନାହିଁ ଏଠି।


କାହିଁ ପାଇଁ ହୁଏ ଦେଶ ଅପମାନ

 ଚିନ୍ତା କରିବାକୁ ହେବ 

ଦେଶଦ୍ରୋହୀ କାର୍ଯ୍ୟ କରେ ଯେଉଁ ନର

 ଏବେ ଚିହ୍ନିବାକୁ ହେବ।


ପୁନରାବୃତ୍ତିଟି ନହୁଁ ଏହୁ କାର୍ଯ୍ୟ

 କୃଷ୍ଣ ରାମ ଭୂମି ଆମ 

ରାଷ୍ଟ୍ରରେ ରହିଣ ରାଷ୍ଟ୍ରର ଖାଇଣ

 ନହୁଁ ଅପମାନ ଆମ।


ନମିଳୁ ଟି ସ୍ଥାନ ଉଚ୍ଚ ଆସନରେ

 ସତ୍ତା ଅଭିଳାଷା ପାଇଁ 

ଅପମାନ କରେ ଦେଶର ବୈଭବେ

 ଶତ୍ରୁ ଅଟେ ଦେଶ ପାଇଁ।


ଜାତିରେ ବିଭକ୍ତ କରେ ଯେଉଁ ନର 

 ନୁହେଁ ସେହୁ ରାଷ୍ଟ୍ର ଭକ୍ତ 

ରାଷ୍ଟ୍ର ପ୍ରେମ ନାହିଁ ଜୀବନ ଜାତକେ

 ଅଟେ ସେହୁ ସତ୍ତା ଭକ୍ତ।


ସତ୍ତା ପାଇଁ ତାର ଦେଶ ଶତ୍ରୁ ସଙ୍ଗ

 ସେବା ଭାବ ନାହିଁ ତାର 

ଠକିବାର କର୍ଯ୍ୟ କରେ ସତ୍ତା ପାଇଁ

 ବହିଷ୍କାର କର ତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍