STORYMIRROR

SACHALA GURU

Others

3  

SACHALA GURU

Others

ଅଫୁଟା ଫୁଲ

ଅଫୁଟା ଫୁଲ

1 min
186

ସଂସାର ସାଗରେ ଭଙ୍ଗା ନାଵ ପରେ 

  କରିଛୁ ଘରସଂସାର 

ଜନମ ମରଣ ଲାଗିଅଛି ସିନା 

  ଅନ୍ୟାୟକର ବିଚାର ||


ସମାଜ ମଧ୍ୟରେ ଜାତି ଧର୍ମ ବର୍ଣ୍ଣ  

  ସଭିଏ କରିଛୁ ବାସ 

ତାହାରି ଭିତରେ ଭଲ ମନ୍ଦ କର୍ମ 

  ଲାଗିରହିଛି ଅଵଶ୍ୟ ||


ଅଭାବୀ ଭାଇଙ୍କ ସନ୍ତାନ ସନ୍ତତି 

  ସଂଖ୍ୟା ବଢ଼ି ଥାଏ ଯେବେ 

କନ୍ୟା ବୋଲି ଭାବି ଜନମ ପୂର୍ବରୁ 

  ତଣ୍ଟି ଚିପି ଥାନ୍ତି ତେବେ ||


ଯୌତୁକ ଭାବ କରିବ ଅଭାବ 

  ମନରେ ଚିନ୍ତନ କରି 

ଫୁଟିବା ପୂର୍ବରୁ ଅଫୁଟା ଫୁଲକୁ 

  ଦେଇ ଥାନ୍ତି ସେତ ମାରି ||


ଯେଉଁ କନ୍ୟାଟିକୁ ଭୃଣ ହତ୍ୟା କଲ 

  ସେହି ତ ସୃଷ୍ଟି କାରଣ 

ତାହାରି ଲାଗି ତ ସୃଷ୍ଟିର ମହତ 

  ବଞ୍ଚିଛି ପ୍ରତି ଜୀବନ ||


ଏମିତି ଯୁବକ ଅଛନ୍ତି ଅନେକ 

   କାମେ ହୋଇ ବଶୀଭୂତ 

ଫୁଟିଲା ପୂର୍ବରୁ ବାଳ ବଧ କଲେ

  ଅକାରଣେ ହେଲେ ହତ ||


ପ୍ରକୃତିର ସୃଷ୍ଟି କଅଁଳ କଢିର 

  ହୁଅଇ ସେ ପ୍ରସ୍ଫୁଟିତ 

ଟିକେ ବ୍ୟତିକ୍ରମ ହୋଇ ଗଲେ ସେତ 

  ନୁହଁଇ ଯେ ବିକଶିତ ||


ନିର୍ଦ୍ଦୋଷ କଢ଼ିକୁ ଫୁଟାଇ ନ ଦେଲ 

  କରିଲା ସେ କେଉଁ ଦୋଷ 

ଦୁନିଆଁ ଦେଖିବା ପୂର୍ବରୁ ତାହାକୁ 

  କରିଦେଲ ସର୍ବନାଶ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ