STORYMIRROR

Sanuja Meghamala

Others

3  

Sanuja Meghamala

Others

ଅଫୁଟା ଫୁଲ************

ଅଫୁଟା ଫୁଲ************

1 min
245


 


ଆଜି ସିନା  ଅଛି ଅଫୁଟା ଫୁଲ  

କାଲି ଫୁଟି ମନ ନେବି ଯେ ମୋହି

ଭରି ଦେବି ତୁମ ମନେ ହରସ ।


 ନାନା ଜାତିର ଫୁଲଙ୍କ ମେଳେ

ପ୍ରଜାପତି ପରା ଆନନ୍ଦେ ଖେଳେ

 ଟିକି ଡେଣାଟିକୁ ହଲେଇ ଦେଇ ।


 ତାକୁ ଦେଖି ଆନନ୍ଦ ବିଭୋର ମନେ

ଭାସିବ  ମିଠା ସପନ ଯେତେ

 ରଂଗ ବେରଙ୍ଗ ଇନ୍ଦ୍ରଧନୁ ହସିବ ।


ମୋ ରୂପ ରଙ୍ଗେ ହସେ ଅଗଣା

ଭୁଲି ଯିବ ଯେତେ ଦୁଃଖ ଯାତନା

ମନୁ  ହଜି ଯିବ ଗର୍ବ ଛଳନା ।


 କ୍ଷଣିକ ପାଇଁ ଖୁସି ବାଣ୍ଟି ଦେଇ

ଝଡିଯାଏ ମନ ଆନନ୍ଦେ ମୁହିଁ

ଅଭିମାନ କିଛି ମୋ ମନେ ନାହିଁ।


ଜାଣେନି ମୁହିଁ ଫୁଟି ଗଲା ପରେ

ଯିବି ଦେବାଳୟ, କି ଶବା ଧାର

କିବା ଅଛି ଅବା ଭାଗ୍ୟ ଲିଖନ?


 ବିଧିର ବିଧାନ, କର୍ମ ଫଳ ସିନା

ଭୋଗିବାକୁ ଅଛି  ନିଶ୍ଚେ ଭୋଗିବି

ଅଳପ ଆୟୁଷେ ମହକ ବିତରି ଜନ ମନ ତୋଷି ଯିବି।

 


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍