ଅଫୁଟା ଫୁଲ
ଅଫୁଟା ଫୁଲ
1 min
380
ଆକାଶରେ ଶୋଭା ନୀଳ କମଳର
ତା ଦେହ କେଡ଼େ ସୁନ୍ଦର l
ଆଲୋକ ଉଜ୍ୱଳ ତେଜରେ ନିର୍ମଳ
ସତେ ସେ ଅଫୁଟା ଫୁଲ।
ଫୁଲ ପରି ଦିଶେ ପାଖୁଡା ଆକୃତି
ହୁଏ ଅଫୁଟା ଆକାଶେ l
ତେଜରେ ପ୍ରଖର ଭ୍ରମଣ ଶୋଭଇ
ଉଜ୍ୱଳ ପ୍ରଭା ପ୍ରକାଶେ l
ଅଫୁଟା ଫୁଲରେ ଭ୍ରମର କି ବସେ
ତେଜ ପ୍ରତାପ କିରଣl
ଚନ୍ଦ୍ର ସୂର୍ଯ୍ୟ ତାରା ଆକାଶର ଜ୍ୟୋତି
ତାପେ ହୁଏ ବିକିରଣ l
ନିଶାକର ପ୍ରଭା ଆଲୋକର ପ୍ରଭା
କାତର କରେ ଶୋଭାକୁ l
ସୁନ୍ଦର ରୂପରେ ବିହରଣ କରି
ଭଜନ୍ତି ଆକାଶ ଶୋଭାକୁ l