STORYMIRROR

Prasanna Kumar Das

Others

3  

Prasanna Kumar Das

Others

ଅଫୁଟା ଫୁଲ

ଅଫୁଟା ଫୁଲ

1 min
262

ଧନ୍ୟ ତୁମେ ସ୍ରଷ୍ଟା ଧନ୍ୟ ତୁମ୍ଭ କୃତୀ,

ଅନନ୍ତ ଆକାଶ ବିଚିତ୍ର ଧରିତ୍ରୀ ।

ସୂର୍ଯ୍ୟ ଚନ୍ଦ୍ର ମେଘ ତ୍ରିବିଧ ସମୀର,

ନାନା ଜୀବ ବୃକ୍ଷ ଲତା କି ସୁନ୍ଦର ।।


ଜଳ ସ୍ଥଳ ନଭଚର ଜୀବ ଯେତେ,

ଉଦ୍ଭିଦ ଜଗତୁ ଉଦ୍ଗମ ସମସ୍ତେ ।

ବନ ଉପବନ ତରୁଲତା ଡ଼ାଳେ,

ବହୁରଙ୍ଗୀ ଫୁଲ ଫୁଟେ ଫଳ ଫଳେ।।


ଫୁଲ ପ୍ରକୃତିର ଶ୍ରେଷ୍ଠ ଅବଦାନ,

ଫୁଲ ଫଳ ଆଧାରିତ ଜୀବ ପ୍ରାଣ।

ସୌନ୍ଦର୍ଯ୍ୟରେ ସୀମା ସୁଗନ୍ଧ ସୁନ୍ଦର,

ବିଲକ୍ଷଣ ଲକ୍ଷ ଶୋଭା ଏ ସୃଷ୍ଟିର ।।


ଫୁଲ ସୌରଭରେ ଭ୍ରମରର ପ୍ରୀତି,

ମଧୁ ଲୁଟେ ମଧୁକର ପ୍ରଜାପତି ।

ଦେବାଦେବୀ ଗଳେ ଶୋହେ ଫୁଲହାର,

ବିଳାସିନୀ ଖଞ୍ଜେ କବରୀରେ ତା'ର।।


ତ୍ୟାଗ ଯୋଗେ ଫୁଲ ମଣେ ଭାଗ୍ୟବାନ,

ଅଫୁଟା ଫୁଲଟି ଦେଖଇ ସପନ।

ବିକଶିତ ହୋଇ ସେ ଅଫୁଟା ଫୁଲ,

ଜଗତେ ବାଣ୍ଟିବ ସୌରଭ ସୁନ୍ଦର ।।


ଜୀବନ ଉଦ୍ଦେଶ୍ୟ ପ୍ରେମ ସମର୍ପଣ,

ନିଃସ୍ୱାର୍ଥ ସେବା ତା' ଜୀବନର ମାନ।

ଜାଣେ ବଳିଦାନ ସାର୍ଥକ ଜୀବନ,

ସଦା ପ୍ରସନ୍ନତା ବିତରେ ପ୍ରସୂନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍