STORYMIRROR

Dipti lekha Mishra

Others

4  

Dipti lekha Mishra

Others

ଅଫେରନ୍ତା ସ୍ମୃୃତି

ଅଫେରନ୍ତା ସ୍ମୃୃତି

1 min
99

ଆଉ କି ଫେରିବ ସେ ସମୟ

ଯାହା ପାଖେ ନିତି ଅଳି କରୁଥିଲି

ମନପସନ୍ଦ ଖେଳ ଖେଳୁଥିଲି

ସାଙ୍ଗସାଥି ମେଳେ ଖୁସି ପାଉଥିଲି ॥


ହେ ପ୍ରଭୂ ପାରିବ କି ଫେରାଇ

ମୋ ବିଦ୍ୟାଳୟର ପଡିଆ,ଫୁଲ ବଗିଚା

ମୋ ଦିଦି ସାର୍ ଆଉ ବେଂଚ୍ ରେ

ଗାରେଇବାର କଲମ ସାଥେ

ପ୍ରତିଟି ମୁହୁର୍ତ୍ତର ହସଲୁହ ॥


ଯେବେ ନିରୋଳାରେ ମନ ପଡେ

ବିଦ୍ୟାଳୟର ସ୍ମୃୃୃୃତି ଆଉ ସାଙ୍ଗମେଳ

ଆଖିରୁ ଟପ୍ ଟପ୍ ଲୁହ ଝରିପଡେ

ଫେରନ୍ତା କି ପୁଣି ଥରେ ସେ

ଅଫେରନ୍ତା ସ୍ମୃୃୃୃତିର ଫାଇଲ୍ ଗୁଡିକ

ଭାରି ମଜା ଲାଗନ୍ତା ଆଉ ଆଜିଦିନର

କଷ୍ଟ ସବୁ ଉଭାନ୍ ହୋଇଯାନ୍ତା ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍