STORYMIRROR

Prasanna kumar sahu

Others

3  

Prasanna kumar sahu

Others

ଅଫେରା ରାଇଜୁ ପତ୍ର

ଅଫେରା ରାଇଜୁ ପତ୍ର

1 min
206

ଅଫେରା ରାଇଯୁ

ଲେଖୁଛି ସନ୍ଦେଶ

ତୁମ ପାଖକୁ ହେ ପ୍ରିୟ 

ଅଧୈର୍ଯ୍ୟ ଜମା ଯେ

ହୁଅ ନାହିଁ ପ୍ରିୟ

ଥୟ ଧରି ତୁମେ ରୁହ।


ଜାଣିଛି ତୁମର

ସେନେହ ମୋ ପାଇଁ

ରହିଥିଲା ହେ କେତିକି 

ଛାଡି ମୁଁ ଆସିବା

ପରେ ପ୍ରିୟ ତୁମେ

ଭାଙ୍ଗି ପଡ଼ିଛ ସେତିକି।


ଜାଣି ମୁଁ ପାରୁଛି

ଝୁରୁ ଅଛ କେତେ

ମୋତେ ପ୍ରିୟ ଦିନ ରାତି 

ସବୁ ଜାଣୁଅଛି

ତୁମରି ବେଦନା

କରିବାର ନାହିଁ ଶକ୍ତି।


କେଡେ ଯତନରେ

ରଖିଥିଲ ପ୍ରିୟ

ତୁମ ପାଶେ ଫୁଲ ପରି 

ଅସହ୍ୟ ହୋଇଲା

ସେହି ଭଗବାନ

ନେଲା ମୋତେ ଦୂର କରି।


ଜାଣୁ ଅଛି ପ୍ରିୟ

ମାପି ମୁଁ ପାରୁଛି

ତୁମରି ହୃଦ ବେଦନା 

ବିହି ଚକ୍ରାନ୍ତ ଯେ

କି କରିବା କୁହ

କେ କିଛି କରିପାରେନା।


ତୁମେ ଅଛ ଦୁରେ

ମୋତେ ଝୁରି ଝୁରି

ମୋର ଏଠି ସମ ଦଶା 

କହି ହୁଏ ନାହିଁ

ସହି ହୁଏ ନାହିଁ

ମିଛେ ହୁଅ ଲୋକହସା।


ଧୈର୍ଯ୍ୟ ଧର ପ୍ରିୟ

ନିଶ୍ଚିତ ଭେଟିବି

ତୁମକୁ ଆର ଜନ୍ମରେ 

ଅପେକ୍ଷା କରିଛି

ସ୍ୱର୍ଗା ଲୋକେ ମୁହିଁ

ରହିବି ତୁମ ସାଥିରେ।


ଏତିକି ବିଶ୍ୱାସ

ରଖ ପ୍ରିୟ ମୋର

ମୁହିଁ ଯେ କାହାର ନାହିଁ 

କେବଳ ତୁମର

ରହି ଅଛି ପ୍ରିୟ

ତୁମରି ଆସିବା ଚାହିଁ।


ଭୁଲ ବୁଝିବନି

ଡାକୁଚି ବୋଲିଣ

ମର୍ତ୍ତ୍ୟରୁ ଆସିବା ପାଇଁ 

ତୁମ ବେଳ ହେଲେ

ଆସିବ ହେ ପ୍ରିୟ

ତୁମ ଅପେକ୍ଷାରେ ରହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍