STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ଅଫେରା ପଥ...

ଅଫେରା ପଥ...

1 min
849


ପାବଛ ଧୂଳି

ମଥାରେ ମାରି

ଘୂରିଲି ତୋର ମନ୍ଦିର ବେଢ଼ା


ଆନନ୍ଦ ମନେ

ଅତି ଯତନେ

ଆନନ ତୋଳି ଚାହିଁଲି ଚୁଡ଼ା


ତୋ ଦେଉଳ ବେଢ଼ା

ତୋ ମନ୍ଦିର ଚୁଡ଼ା

ଲାଗେ ସରଗ ସମ ନିତ୍ୟ ସୁଖ ପସରା


ଆହେ ରଙ୍ଗା ଅଧର

ଘନ କଳା ଭଅଁର

ହୃଦ ନରମିଗଲା ଦେଖି ଶ୍ରୀମୁଖ ତୋରା


ମନରେ ଖେଳେ

ରୂପଟି ତୋର

ଦରୋଟି ହସେ ଲୋଭାଉ ପରା


ଅଭୟ ହସ୍ତେ

ଆଶିଷ ଦେଇ

ନିବାରୁ ଭୟ ମୃତ୍ୟୁ ଓ ଜରା


ତୋର ଅଭୟ ହସ୍ତ

ତୋର ଦରୋଟି ହସ

ଆଉ ଜୀବନେ ଆନ କିଛି ହେବ କି ଲୋଡ଼ା?


ମତି ପୟରେ ତୋର

ସଦା ଥାଉ ସୁନ୍ଦର

ଆତ୍ମା ଚାଲୁଥାଉ ତୋ ସଙ୍ଗତେ ପଥ ଅଫେରା



ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in