STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଅପେକ୍ଷାରେ ଏକା ଏକା

ଅପେକ୍ଷାରେ ଏକା ଏକା

1 min
180



ଶଶାଙ୍କ ଶେଖର ରାୟ


କେହି ଜଣେ ଆସିବ ବୋଲି

ଝରକା ଖୋଲି ମୁଁ ଚାହେଁ

ବାରମ୍ଵାର କାହିଁକି କେଜାଣି

ଭାରି ବ୍ୟସ୍ତ ଅନ୍ୟମନସ୍କତାର ସହ

ଶୂନଶାନ ରାସ୍ତା ଆଡକୁ ।


କେହି ତ୍ ନିଶ୍ଚୟ ଆସିବ

ପଛଆଡୁ ଆଖି ବନ୍ଦ କରି

ଭିଡିନେବ କେଉଁ ଅଜଣା ରାଇଜକୁ

ଭୁଲିଯିବି ନିଜେ ମୁଁ ନିଜକୁ

ଜମାଟବନ୍ଧା ମୋ ବରଫ ଦେହେ

ଉଷ୍ଣତାର କମ୍ଵଳ ଢାଙ୍କି

ରାତିଅଧେ ଭାଙ୍ଗେ ଗାଢ ନିଦକୁ ।


ଅଜଣା ବଂଶୀସୁରେ ମନ୍ତ୍ରମୁଗ୍ଧ ମୁଁ

କୁଞ୍ଜବନ ଯମୁନା ପଠାରେ

କାହାର ପାଦଶବ୍ଦେ ଆନମନା

ଅଥୟ କରୁଥାଏ ଛାତିର ସ୍ପନ୍ଦନ

ଭାରି କଷ୍ଟ ହୁଏ ଅପେକ୍ଷାଟା କରିବାକୁ ।


ଏକା ଏକା କଣ ବଞ୍ଚିହୁଏ ସତରେ

ମନ ସାଥେ ଲୋଡା ମନଟିଏ

କାନ୍ଧ ସାଥେ ଲୋଡା କାନ୍ଧଟିଏ

ଏଠି ତୁମେ ଅଧା ମୁଁ ବି ଅଧା

ବିପରୀତ ମୁଦ୍ରାରେ ଆସେ ପରିପୂର୍ଣ୍ଣତା

ସେଥିପାଇଁ ତ୍ ଅପେକ୍ଷା କରିବାକୁ ହେବ ଆମକୁ

ଏକା ଏକା ହେଉ ପଛେ କଷ୍ଟ

ବୁଝାଇ ନିଜର ମନକୁ ।


ମୋ - ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା ,,,,,,,


Rate this content
Log in