STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ଅପେକ୍ଷାର ସ୍ବର

ଅପେକ୍ଷାର ସ୍ବର

1 min
176

ସନ୍ଦିଗ୍ଧ ଏ ମନତଳ ସୀମାରେଖା ଡେଇଁ

ତୁମେ କେବେ ଚାଲିଆସ 

ଅତି ଆପଣାର ପରି

ଭାବିପାରେନା ମୁଁ ସେତେବେଳେ 

ତୁମେ କେତେ ପର କେତେ ବା ନିଜର

ସାଇତାଥିବା ସମସ୍ତ ମୁହୂର୍ତ୍ତ 

ତୁମକୁ ସମର୍ପିବା ପରେ

ଖୋଜିବସେ ନିଜର ଅସ୍ଥିତ୍ବ ।।


କେତେ ମରେ ତୁମ ପାଇଁ 

ଟିକକ ବଂଚିବା ଆଶାରେ 

କେତେ କାନ୍ଦେ ତୁମପାଇଁ 

ଚେନାଏ ହସିବା ଇଚ୍ଛାରେ

କେଚେଭାଙ୍ଗେ ମନ ମୋର 

ତୁମସହ ଗଢିବା ସ୍ବପ୍ନରେ

କେତେଖୋଜେ ତୁମକୁ ମୁଁ

ରାଶି ରାଶି ନୀରବ ମୁହୂର୍ତ୍ତେ

କେତେ ରାତି ବିତାଇଛି 

ଚୁମପାଇଁ ଆଖିରେ ଆଖିରେ ।।


ଯେତେ ଖୋଜେ ତୁମକୁ ମୁଁ 

ସେତେଯାଅ ମୋ'ଠାରୁ ଦୂରେଇ

ତୁମେ ଭସାବାଦଲର ଛାଇପରି

ଆଉ ମୁଁ ତୁଠପଥରର ମନ ନେଇ

ତଥାପିବି ତୁମର ପ୍ରତୀକ୍ଷା କରେ 

କାହିଁ କେବେ ଅଚାନକ ଆସି 

ତୁମେ ଲେଉଟି ନଯାଅ ମୋ ଦାଣ୍ଡ ଦୁଆରୁ

ଆଉ ମୁଁ କେବେ ପାଲଟି ନଯାଏ ତୁମପାଇଁ 

ଅପେକ୍ଷାର ସ୍ବର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍