STORYMIRROR

Nibedita Mishra

Others

2  

Nibedita Mishra

Others

ଅପେକ୍ଷା

ଅପେକ୍ଷା

1 min
14.4K


ଅପେକ୍ଷା- ସତରେ ତୁମେ କେଡେ ନିଜର

ଏକାନ୍ତ ବେଳାରେ ଲାଗ ଅତି ଆପଣାର,

ତୁମ ବିନା କିଛି ମିଳେନା କାହାକୁ

ସାନ୍ତ୍ବନା ଦିଅ ତୁମେ ଏକାନ୍ତ ମନକୁ।

ସ୍ବପ୍ନଟିଏ ଯେବେ ମନେ ଉଙ୍କି ମାରେ

ଜନ୍ମ ନିଅ ତୁମେ ସେଠି ଅବିଳମ୍ବରେ,

ତୁମେ ତ ପାଇଁ ନ ଥାଏ ସମୟର ସୀମା

ପ୍ରାପ୍ତିରଆନନ୍ଦ ଶେଷେ ତୁମେଦିଅ ସିନା।

ଭାରି କଷ୍ଟଦିଏ ତୁମର ସଙ୍ଗତ

ସମୟ ବି ଛନ୍ଦି ରହିଯାଏ ତୁମ ସହିତ,

ଭାଙ୍ଗି ଗଢୁ ଥାଅ ଅନେକ ବାଲି ଘର

ହଁ-ନାହିଁ ମଝିରେ ଘର ଯେ ତୁମର।

ସ୍ବପ୍ନ ଯେବେ ରୂପ ନିଏ ବାସ୍ତବତାର

ଚାଲିଯାଅ ତୁମେ ହୋଇ ସାତପର,

ପୁଣି ଖୋଜ ଏକ ଅଶାନ୍ତ ମନକୁ

ଖାତିର ନଥାଏ ନିନ୍ଦା ଅପବାଦକୁ।


ନିବେଦିତା ମିଶ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍