ଅପେକ୍ଷା
ଅପେକ୍ଷା
1 min
337
ସଞ୍ଜ ଅପେକ୍ଷା କରେ
ସକାଳ
ଆଜି ଦିନ କାଲି ପାଇଁ
ବର୍ତ୍ତମାନର ଅପେକ୍ଷା ଭବିଷ୍ୟତ
ଏବଂ
ମୋର ଅପେକ୍ଷା ତୁମକୁ।
ମନ
ଆପେ ଆପେ ସଜ ହୁଏ
ଆଖିରେ ଶୋଷ ବଢିଯାଏ
ହାତ ପାଦ
ଖୁଜୁରୁ ବୁଜୁରୁ
କାନ
ଶୁଣିବାକୁ ତୁମ କଥା ତତ୍ପର।
ହୃଦୟ ସ୍ପନ୍ଦନ
ବଢିଯାଏ
ଆବେଗ
ଅଭିମାନ
ଅଭିଯୋଗ
ତାଲିକା ଫର୍ଦ୍ଦ ପ୍ରସ୍ତୁତ କରନ୍ତି
ଆଶାର ପାଖୁଡା ମେଲିଯାଏ
ତୁମେ ଆସିବ ବୋଲି।
ଗୋଡ଼ ତଳେ ଲାଗେ ନାହିଁ
ମନ ଫୁଲେଇ ହୁଏ
ନଈ ଉତଳା
ସମୁଦ୍ର ସଙ୍ଗେ ମିଶିବା ନେଇ।
