STORYMIRROR

Satyabati Swain

Others

3  

Satyabati Swain

Others

ଅପେକ୍ଷା

ଅପେକ୍ଷା

1 min
341

ସଞ୍ଜ ଅପେକ୍ଷା କରେ

ସକାଳ

ଆଜି ଦିନ କାଲି ପାଇଁ

ବର୍ତ୍ତମାନର ଅପେକ୍ଷା ଭବିଷ୍ୟତ

ଏବଂ

ମୋର ଅପେକ୍ଷା ତୁମକୁ।


ମନ

ଆପେ ଆପେ ସଜ ହୁଏ

ଆଖିରେ ଶୋଷ ବଢିଯାଏ

ହାତ ପାଦ

ଖୁଜୁରୁ ବୁଜୁରୁ

କାନ

ଶୁଣିବାକୁ ତୁମ କଥା ତତ୍ପର।


ହୃଦୟ ସ୍ପନ୍ଦନ

ବଢିଯାଏ

ଆବେଗ

ଅଭିମାନ

ଅଭିଯୋଗ

ତାଲିକା ଫର୍ଦ୍ଦ ପ୍ରସ୍ତୁତ କରନ୍ତି

ଆଶାର ପାଖୁଡା ମେଲିଯାଏ

ତୁମେ ଆସିବ ବୋଲି।


ଗୋଡ଼ ତଳେ ଲାଗେ ନାହିଁ

ମନ ଫୁଲେଇ ହୁଏ

ନଈ ଉତଳା

ସମୁଦ୍ର ସଙ୍ଗେ ମିଶିବା ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍