STORYMIRROR

pratap nayak

Others Tragedy

2  

pratap nayak

Others Tragedy

ଅପେକ୍ଷା

ଅପେକ୍ଷା

1 min
14.4K


କାହିଁକି ପାଇଲି ଭଲ ମୁଁ ତୁମକୁ

ହରେଇଲି ମୋର ପିଲା ଦିନ

ବୟସ ଯୋଉଠି ଖେଳିବା ବୁଲିବା

ତୁମ ପ୍ରେମ ମୋତେ ବନ୍ଧା ପକେଇଲା

ନିଶ୍ଵାସ ନବାକୁ ଫୁରସତ ନଥିଲା

ଲୋକ ଭାବୁ ଥିଲେ

ହେଉଛି କେତେ ମୁଁ ହୀନମାନ….

କିଶୋର ବୟସ ଆସିକି ଗଲାଣି

ନିଶ ଦାଢୀ ଉଠି ରାଢୁଆ ହେଲାଣି

ପ୍ରେମ ଗୀତା ମୃତ ନିଇତି ପିଉଛି

ତୁମ ବଇଁଶୀରେ ସୂର ପୁରୋଉଛି

ତୁମ ଘଣ୍ଟର ଧ୍ୱନୀରେ ବାଇଆ ମୁଁ ହୋଇ

ଭଜନ କରୁଛି ନିତିଦିନ……

ତୁଳସୀ ଦୟଣା ନାନା ଜାତି ଫୁଲେ

ମାଳ ଟାହିଆରେ ତୋତେ ସଜେଇରେ

ତୋ ପ୍ରେମକୁ କରେ ମୁଁ ଆଲିଙ୍ଗନ

ବୃଦ୍ଧ ହେଲି ଆସି ମାଳି ଗଡୋଉଛି

ଝାଞ୍ଝ କିର୍ତ୍ତନରେ ଦିନ ମୋ ବିତୁଛି

ଖାଇ ତୋ ବଗଡା ଚରୁ ଅନ୍ନ

ଭଜୁଛି ମୁଁ ତୋତେ ପ୍ରତିଦିନ......

କେବେ ଉଠେଇବୁ କେବେ ପଠେଇବୁ

କେବେ ମିଶେଇବୁ ତୋ ପ୍ରେମରେ ମୋତେ

ଅପେକ୍ଷାରେ ଅଛି ସେହି ଦିନ

କାହିଁକି ପାଇଲି ଭଲ ମୁଁ ତୁମକୁ

ହରେଇଲି ମୋର ସବୁ ଦିନ

ହରେଇଲି ମୋର ସବୁ ଦିନ…….


Rate this content
Log in