STORYMIRROR

srikant behera

Others

3  

srikant behera

Others

ଅପେକ୍ଷା

ଅପେକ୍ଷା

1 min
249


କେତେ ବରଷ ଧରି ଦ୍ଵାରକା ପୁରୀ 

    ଅପେକ୍ଷା କଲା ସଖାଙ୍କୁ 

ପାଦେ ଚାଲି ପୁଣି ନେଇ ଖୁଦ କଣି 

    ଗଲେ ସଖା ଭେଟିବାକୁ ||1


ଖରା ବର୍ଷା ସହି  କୃଷ୍ଣ କୃଷ୍ଣ କହି 

    ଚାଲୁଥିଲେ ବାଟ ସାରା 

ବିଚଳିତ ମନ  କଲେ ଅନୁଧ୍ୟାନ 

    ତାଙ୍କ ସ୍ତ୍ରୀ ବସୁନ୍ଧରା ||2


କଣ୍ଟା ଫୁଟି ଯାଏ  ଲୁହ ବୋହୁ ଥାଏ 

    ମୁଖ ଡାକୁଥାଏ କୃଷ୍ଣ 

ଛଳିଆ କାଳିଆ  ବଡ କପଟିଆ 

    ବଡ ସେ ହୃଦୟ ବାନ||3


ପାଖେ ରହି ତାଙ୍କ  ସବୁ ମୋଡ ବାଙ୍କ

     ଦଉଥିଲେ ଆତ୍ମ ଶକ୍ତି

ସାରା ଦୁନିଆରେ  ଲିପି ବଧ କରେ 

    ସୁଦାମାଙ୍କ ପ୍ରେମ ଭକ୍ତି 

    ସୁଦାମାଙ୍କ ପ୍ରେମ 9 ||4


Rate this content
Log in