STORYMIRROR

ସୁଭଦ୍ରା ସିଂହ

Others

3  

ସୁଭଦ୍ରା ସିଂହ

Others

ଅଞ୍ଜଳି

ଅଞ୍ଜଳି

1 min
179

ସତେ କି ଦେବତା ତୁମେ, 

           ଆମ  ଜୀବନ ଯାତ୍ରା ରେ। 

ସତେ କି ଆଲୋକ ତୁମେ, 

           ଆମ  ଅନ୍ଧାର ରାତ୍ରି ରେ। 


ସତେ କି ଗୋଲାପ ତୁମେ, 

          ଆମ କଣ୍ଟକିତ ପଥରେ। 

ସତେ କି କିରଣ ତୁମେ, 

           ଆମ  ଶୁଭ ସକାଳ ରେ। 


ସତେ କି ଜ୍ୟୋସ୍ନା ତୁମେ, 

           ଆମ  ଚନ୍ଦ୍ରମା ତିଥି ରେ। 

ସତେ କି ସ୍ରୋତ ତୁମେ, 

            ଆମ  ମନ ସମୁଦ୍ର ରେ। 


ଆମ  ଜୀବନ ଯାତ୍ରା ରେ ତୁମେ, 

           ଆମ  ପଥ ପ୍ରଦର୍ଶକ। 

ଅକ୍ଷମଣୀୟ ମୁହୂର୍ତ ରେ ତୁମେ, 

           କ୍ଷମା ର ପ୍ରତୀକ। 


ସତେ କି ଈଶ୍ୱର ତୁମେ, 

          ଆମ ଭାଗ୍ୟର  ରେଖା। 

ସତେ କି ସୁନ୍ଦର ତୁମେ, 

          ଆମ ଜୀବନ ସଖା। 


ଆମ ସୃଷ୍ଟି ର ଆଦ୍ୟ ହେ ତୁମେ, 

         ଆମ  ଅନ୍ତ ତୁମେ ହେ ସଂହାରକ। 

ତୁମଠୁ ସୃଷ୍ଟି ଯେ ଆମର,  

          ଏଥିଲାଗି ଋଣୀ ତୁମ ପୟର। 


କୃତଜ୍ଞତା, ଉପକୃତ, ଧନ୍ୟବାଦ, 

           ଛାର ଲାଗେ ତୁମ ନିକଟରେ। 

ଜ୍ଞାପନ କରୁଛୁ ସ୍ନେହ, 

           ଦେବ ହେ ତୁମ ଚରଣରେ। 



ଗ୍ରହଣ କର ତୁମେ, 

      ସ୍ନେହ ମମତା ଭରା ହୃଦୟରେ।


Rate this content
Log in