Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4.6  

Bauribandhu Lenka

Others

ଅନୁତାପ

ଅନୁତାପ

1 min
319



ଏ ଜୀବନପଥ ଅତି କଣ୍ଟକିତ

ଚାଲିବା ବହୁତ କଷ୍ଟ

ଯିଏସେ ଚାଲିଛି ସେଇ ହିଁ ଜାଣିଛି

ଜୀବନ ଚିତ୍ରକୁ ସ୍ପଷ୍ଟ ॥


ଦୁଃଖ ଆସିଥାଏ ସୁଖ ଆସିଥାଏ 

ଏହି ଜୀବନ ପଥରେ

ଦୁଃଖ ସୁଖ ସମ ଭାବେ ଯେ ଦେଖଇ

ପାଏନି କଷ୍ଟ ଅନ୍ତରେ ॥


ସବୁ କର୍ମ କେବେ ଠିକ୍ ହୁଏନାହିଁ

ହୋଇପାରେ କିଛି ତ୍ରୁଟି

ସେଥିପାଇଁ ଯଦି ମନେ ଅନୁତାପ

ମିଳେ ଉପଶମ କିଛି ॥


ଅଜାଚିତ ଦାନ ପଛେ ଖଳ ମନ

ରହିଥାଏ ସଦା ଛପି

ନବୁଝି ସେ ଦାନ କରେ ଯେ ଗ୍ରହଣ

ଭୋଗୁଥାଏ ଦୁଃଖ ବସି ॥


ନିଜ ଭୁଲ ପାଇଁ ସ୍ୱତଃ ଅନୁତାପ

ଆସଇ ଯଦି ମନରେ

ସେହି ଭୁଲ ପୁନଃ କରେନି ମଣିଷ

ଅବଶିଷ୍ଟ ଜୀବନରେ ॥


ଅନୁତାପ ଅଶ୍ରୁ ଧୋଇଦିଏ ମନୁ

ଥାଏ ଯେତେକ କଳୁଷ

ଜୀବନର ପଥେ ଆଗେ ଚାଲିବାକୁ

ଜଗାଏ ହୃଦେ ବିଶ୍ୱାସ ॥



Rate this content
Log in