STORYMIRROR

Puspanjali Panda

Others

3  

Puspanjali Panda

Others

ଅନୁତାପ

ଅନୁତାପ

1 min
167

ବାପା!

ଏ ନାମଟା ଆଉ ଲୋକଟା

ଦିଟା ଯାକ ଆଯିକାଲି ଚାଲୁନି।

ବାପା !

ବୟସ୍କ ବୁଢା ଲୋକଟା

କେହି ଆପଣେଇ ପାରେନି।

ବାପା !

କାମ କରା ଲୋକଟା

କାମ ଧନ୍ଧା କରି ପାରୁନି ।

ବାପା!

ମଫସଲିଆ ଲୋକଟା

ଆଧୁନିକତାକୁ ବୁଝେନି।

ବାପା!

ବେରସିକିଆ ଲୋକଟା

କାହାକୁ ୱିସ୍ କରି ପାରେନି ।

ବାପା!

ଖାଣ୍ଟି ଗାଁ ନାଲି ଚୁଡା ଟା

ଫାଦର୍ସ ଡେ କଣ ଯାଣିନି।

ବାପା!

ଚମଧୁଡୁଧୁଡୁ ଦେହଟା

ସାମ୍ପୋ ସାବୁନ୍ ମାଖିନି।

ବାପା!

ଭାଈ ଭାଗର ଲୋକଟା

କାପାଖେ ଦିନଟେ ଅଧିକା କାଟିନି।

ବାପା!

ଛ ନମ୍ବର ରୋଗୀ ଟା

କେତେ ପୁଅ ଝିଅ ତାର କହୁନି।

ବାପା!

ବୃଦ୍ଧା ଶ୍ରମ ର ଏ ଲୋକଟା

ଘର ଠିକଣା ତା କହୁନି।

ବାପା!

ଆଦ୍ୟ ସଂପର୍କିତ ଲୋକଟା

ଡାକିଲେ ବି ଆଉ ଶୁଣୁନି।

ବାପା!

ଦଣ୍ଡ ଦେବାର ଲୋକଟା

ଆଉ ଅନୁତାପରେ ମତେ ଜାଳନି।

ବାପା!

କ୍ଷମା ଦେବାର ଲୋକଟା

ଏଜନ୍ମରେ ଆଉ ମିଳେନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍