ଅନୁତାପ
ଅନୁତାପ
ଆଏଜ୍ ମୁଇଁ ଅନୁତାପ କରୁଛେ
ମାଆ,ବୁଆ କଥା ନାଇଁ ମାନି,
ନିଜର୍ କନିଆଁ ଭୁଲେ ପଡି
ମାଆ,ବୁଆ କେ କରି ହିନିମାନୀ ।
ଯାହାର୍ ଲାଗି ହେଇଥିଲି ବଡ ବାବୁ
ତାହାକେ କରିଥିଲି ଅପମାନ,
ମାଏଝିର୍ ଭୁଲେ ପଡି
ନିଜର ଦେଖିଥିଲି ସମ୍ମାନ୍ ।
ପୁଓ,ଝି ମୋର୍ ଆଏଖ୍ ଖୁଲିଦେଲେ
ନିଜେ ଗୁଟେ ଚାକିରୀ ପାଇଁ,
ତାହାକୁ ଯେତେ ଡାକ୍'ଲେ ବି
ଆସବାର୍ ନାଇଁ ଆଉ ଧାଇଁ ।
କାମର୍ ବାହାନା କରୁଛନ୍
ରହିକରି ଆମର୍ ନୁ ଦୁରେଇ,
ଯେନ୍ତା କେ ସେନ୍ତା ହେଲା
ପୁଓ'ଝି ଦେଲି ହରେଇ ।
କାହାକେ ଗାଲି ଦେମି
ମୋର୍ କରମ୍ କେ ନିଜେ ନିନ୍ଦିଲି,
ଏଛେନ୍ ଅନୁତାପ କରୁଛେ
ମାଆ,ବୁଆ କେ କାହିଁ ଛାଡ଼ିଥିଲି l
ମୋର୍ ଲାଗି କେତେ କାନ୍ଦି ଥିବେ
ମାଆ,ବୁଆ ଝୁରି ଝୁରି,
ଏଛେନ୍ ଅନୁତାପ କରୁଛେ
ଛୁଆ,ପୁତା ଦେଲେ ପାଶୀରି
ଛୁଆ,ପୁତା ଦେଲେ ପାଶୀରି l
