STORYMIRROR

Arundhati Jena

Others

3  

Arundhati Jena

Others

ଅନୁତାପ

ଅନୁତାପ

1 min
298


   ଅନୁତାପର ଦାବାଗ୍ନିରେ ଜଳିବାର ନାହିଁ

   ଅନୁତାପ କରିବି କାହା ପାଇଁ

   ଯିଏ ଅଧା ବାଟେ ଗଲା ଛାଡ଼ି ଦେଇ

   ଅବା ଅତ୍ୟଧିକ ବିଶ୍ୱାସ ଏ ସମ୍ପର୍କକୁ ନେଇ।


  ଅନୁତପ୍ତ ଏ ମନ କିଛି ସମ୍ପର୍କ ପାଇଁ

  ଝାଳବୁହା ପରିଶ୍ରମ ଆଉ ତାକୁ 

  ବଞ୍ଚେଇବାର ବୃଥା ପ୍ରୟାସକୁ ନେଇ

  ଶରୀର କ୍ଳାନ୍ତ ଆଉ ହେଉଛି ମୁଁ ଧଇଁସଇଁ।


 ପରିସ୍ଥିତିର ଦାସ ସାଜି ଏ ମନ ପୁରା ଚୁପ୍

  ସତେ ଯେମିତି ଜନ୍ମରୁ ଥରେ ହେଲେ କଥା କହିନି

  ନିରବ ସଜେଇ ତାକୁ ବେଶ୍ ଖୁସି ଆଉ ଏଇ

   ଖୁସି କେବେହେଲେ ସବୁଦିନ ପାଇଁ ରହିବନି।


   କାହାର ଯନ୍ତ୍ରଣାରେ କେହି କେବେ ଏତେ ଖୁସି

   ହେବା ଅବଶ୍ୟ ମୁଁ ଆଜି ହିଁ ଦେଖୁଛି 

   ଆଉ ଏ ମିଛ ରଙ୍ଗବୋଳା ସମ୍ପର୍କ ପାଇଁ

   ମୋ ମୂଲ୍ୟବାନ ସମୟକୁ ହରେଇଦେଇଛି ।


   ଆଜି ଯେତେବଳେ ଜୀବନ ମୋତେ ସଶକ୍ତ କରିଛି

   ଅନୁତାପ ବଦଳରେ ମୁଁ ଆଜି ପଶ୍ଚାତ୍ତାପ କରୁଛି

   ଅଧା ବାଟରେ ଛାଡି ଯାଇଥିବା ଲୋକଙ୍କ ପାଇଁ

   ମୋ ସଫଳତା ହିଁ ବଡ଼ ଅନୁତାପ ବୋଲି ମୁଁ ଭାବୁଛି।

   ଅନୁତାପର ଦାବାଗ୍ନିରେ ଜଳିବାର ନାହିଁ..........।

    



Rate this content
Log in