STORYMIRROR

Niranjan Sahu

Others

2  

Niranjan Sahu

Others

ଅନୁତାପ

ଅନୁତାପ

1 min
13.2K


ଜଣେ ବାପାଙ୍କର ମରିବାକୁ ପାଇଁ କି

ଚିନ୍ତା ହିଁ କେବେ ନଥାଏ

ମୁଁ ମରିଗଲେ ମୋ ପିଲାଙ୍କ

କ’ଣ ହେବ...?ସେହି ଚିନ୍ତାରେ ହିଁ

ଦିନ କାଟୁଥାଏ..

ଜଣେ ମା’ର ବି ମରିବା ପାଇଁ କି

ଚିନ୍ତା ହିଁ କେବେ ନଥାଏ

ମୁଁ ମରିଗଲେ ମୋ ପିଲାମାନେ

କେମିତି ଖାଇବେ କେମିତି ବଞ୍ଚିବେ..?

ସେହି ଚିନ୍ତାରେ ହିଁ ଦିନ କାଟୁଥାଏ

କେମିତି କେଜାଣି ଆଜିର ସନ୍ତାନ

ଏଇ କଥାକୁ ସବୁ ଭୁଲିଯାଏ

ନିଜ ହାତେ ନେଇ ବାପା ମାଆଙ୍କୁ

ବୃଦ୍ଧା ଶ୍ରମରେ ଛାଡିଦିଏ

ପ୍ରଥମ ପ୍ରେମକୁ ଭୁଲିଯାଏ

ନିଜେ ଯେତେବେଳେ ବାପା ମା’ ହୁଏ

ଭାଗ୍ୟକୁ ଖାଲି ନିନ୍ଦୁଥାଏ……


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍