STORYMIRROR

Ajay kumar Behera

Others

3  

Ajay kumar Behera

Others

ଅନୁତାପ

ଅନୁତାପ

1 min
392


ଜୀବନର ମାନେ

ଅନୁତାପ ଭାଇ

ନ କରି ପାରିଲେ

ଜିଇଁ ହେବ ନାହିଁ।୧।


ଅନୁତାପ ପୁଣି

କେତେ ଶିକ୍ଷା ଦିଏ

ଠିକ ଅବା ଭୁଲ

ଜଣାଇ ସେ ଥାଏ।୨।


ଅନୁତାପ ଯିଏ

କରିଛି ସତରେ

ଭଲ ଲୋକ ଗୁଣ

ରହିଛି ତା ଠାରେ।୩।


ଅନୁଭବି ଯିଏ

ଅନୁତାପ କରେ

ନିଜ ଭୁଲ ପାଇଁ

ସେ କ୍ଷମା ଆଚରେ।୪।


ସେପରି ଲୋକଙ୍କୁ

ମିଳଇ ସମ୍ମାନ

ଗଢ଼ନ୍ତି ସିଏ ତ

ଲୋକଙ୍କ ଜୀବନ।୫।


ଭୁଲ କରି ଯିଏ

ଅନୁତାପ କରେ

ସଫଳତା ଶିଡି

ଚଢିଣ ସେ ପାରେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍