STORYMIRROR

ଶୁଭ୍ରା ସୁଚିତ୍ରା ମହାନ୍ତ

Others

4.5  

ଶୁଭ୍ରା ସୁଚିତ୍ରା ମହାନ୍ତ

Others

ଅନୁତାପ

ଅନୁତାପ

1 min
433


ଅନୁତାପ କରେ ଆଜି, ପ୍ରେମ ବିରହିଣୀ ସାଜି

କାହିଁକି ଯେ ହୃଦୟଟା, ଦିନେ ଯାଇଥିଲା ହଜି ॥


ତୋ ପାଇଁ ଶୃଙ୍ଗାର କରି, ପିନ୍ଧି ପାଦରେ ପାଉଁଜି 

ହିତାହିତ ଜ୍ଞାନ ମୋର, ଭୁଲିଲି ତୋ ସାଥେ ମଜ୍ଜି ॥


ମନ ସିନା ଦେଇଥିଲି, ତା ବଦଳେ କି ପାଇଲି

ଭାଙ୍ଗି ଦେଇ ଗଲୁ ମନ, ଖାଲି ଅପଦସ୍ତ ହେଲି ॥


ଭାବିଥିଲି ଯା'କୁ ଏକ, ପବିତ୍ର ବନ୍ଧନ ବୋଲି

ଛିଣ୍ଡିଗଲା ଡୋରି ତା'ର, ପଥେ ଏକା ହୋଇଗଲି ॥


ହେଲେବି କାଇଁ କେଜାଣି, ବାଟ ତୋ ରହିଛି ଚାହିଁ 

ଫେରି ଆସିବୁ ବୋଲି ରେ, ଥରୁଟେ କହିଯା ତୁହି ॥


ବିଶ୍ବାସ ଭରସା ଆଉ, କେମିତି କରିବି ମୁହିଁ

ତୋ ବିଶ୍ବାସଘାତକତା, ଜମା ଭୁଲି ପାରୁ ନାହିଁ ॥


କହି ପାରୁନି କାହାକୁ, ମନେ ମୋର କଣ ଅଛି

ସହି ମଧ୍ଯ ପାରୁ ନାହିଁ, ଏମିତି ଦାଉ ସାଧୁଛି ॥


ଲୁହ ର ନଦୀ ବହୁଛି, ବକ୍ଷ ରେ ନିଆଁ ଜଳୁଛି

ଲାଗୁଛି ସତେ ଯେମିତି, ଦୁନିଆ ଶତ୍ରୁ ସାଜିଛି ॥



Rate this content
Log in