STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଅନୁତାପ

ଅନୁତାପ

1 min
342


ଅନୁତାପ ନିଆଁ     ଜୀବନ କୁ ପୋଡ଼ି

ଭସ୍ମ ରେ ପରିଣତ

କରିପାରେ, ତହୁଁ    ନାହିଁ ଆଉ କିଛି

ସେ ଯେ ମହା ବଳବନ୍ତ ।


ରାତି ପାହିଥିଲେ   ରାମ ରାଜା ହେବେ

କ୍ଷଣେ ତୁଟିଗଲା ମୋହ

ଅତିଶୟ ପ୍ରେମେ  ମୁଗ୍ଧ ରାଜନ

ସତ୍ୟବଦ୍ଧେ ଅସହାୟ ।


ସେଦିନର ସେହି  ମୋହଟିକେ ପାଇଁ

ରାମ ବନଚାରି ହେଲେ

ଅନୁତାପେ ଜଳି     ଦଶରଥ ରାଜା

ଇହଧାମ ତ୍ୟାଗ କଲେ  ।


ଅନ୍ଧ ଧୃତରାଷ୍ଟ୍ର   ଅତି ପୁତ୍ର ସ୍ନେହେ

ବଂଶଗଲା ନାଶ ହୋଇ

ପଶ୍ଚାତାପ କଲା  ବେଳକୁ କିହେବ

ଆଉ ପାସେ କେହି ନାହିଁ ।


ଅନୁତାପ ଜ୍ଵାଳା   ଜଳାଇଲା ଶେଷେ

ବାନପ୍ରସ୍ଥ ହେଲା‌ ଯୋଗ

ରାଜପୁତ୍ର ରାଜ୍ୟ   ରାଜ-ସିଂହାସନ

ନମିଳିଲା ରାଜଭୋଗ ।


କଳିଙ୍ଗ ଯୁଦ୍ଧ     ଶେଷେ ଚଣ୍ଡାଶୋକ

ଅନୁତାପେ ଦଗ୍ଧିଭୂତ

ହୋଇଥିଲେ ଦେଖି    ଯୁଦ୍ଧକ୍ଷେତ୍ରରେ

ମୃତ ବୀର ଶବ ସ୍ତୁପ  ।


ଚଣ୍ଡାଶୋକରୁ   ଧର୍ମାଶୋକ ହେଲେ

ସେ‌ହି ଅନୁତାପ ବଳେ

କଳିଙ୍ଗେ ଧଉଳି   ଗିରି ଆଜି ସେହି

ଗାଥା ଉଦ୍ଜିବିତ କରେ ।


ଅନୁତାପ ଏକ   ଅମୀୟ ଶବଦ

ତାହାକୁ ଆଶ୍ରୟ କରି

ଅନେକ ପାପର   ମହା ସମୁଦ୍ରରୁ

ପ୍ରାଣୀ ହୋଇଯାଏ ପାରି ।


Rate this content
Log in