STORYMIRROR

Nirupama Naik

Others

3  

Nirupama Naik

Others

ଅନୁରାଗୀଣି

ଅନୁରାଗୀଣି

1 min
216


କିଛି ଶବ୍ଦର କାହାଣୀ 

ଏକ ଅପେକ୍ଷାର ଚାହାଣି 

ଚାହିଁ ରୁହେ ବାଟ ସାଥି ଫେରିବାର 

ସମୟର ଖେଳ ନ ଜାଣି 


ପ୍ରୀତିରେତୁମ ଛବିକୁ ମନରେ ଧାରଣ କରି 

ଅପେକ୍ଷାରେ ରହିଯାଏ ...ଅଣ ଶୁଣା ମୋ ଗୁହାରି 

ସୁଗନ୍ଧିତ ହେଇଯାଏ ଚାରିପାର୍ଶ୍ଵ ମୋ ପାଖେ 

ଯେବେ ମିଶିଯାଏ ତୁମ ମନ ମୋ ମନ ସମ୍ମୁଖେ 


ସେ ମୁହୂର୍ତ୍ତ ମୋ ସାଥେ ଚିର ସମୟେ ରହିଯାଏ 

ଏକ ଅଜଣା ସ୍ରୋତେ ତୁମ ପ୍ରୀତିରେ ବହିଯାଏ 

ମରୀଚିକା ନୁହେଁ ଏକ ନିର୍ଦ୍ଦିଷ୍ଟ ବାସସ୍ଥଳିକୁ ଖୋଜେ 

ମନ ଆନନ୍ଦରେ ନୀତି ତୁମ ଲାଗି ସାଜେ 


ବିରହର ଦାରୁଣ୍ୟକୁ ଶବ୍ଦରେ ନ ପରେ ଲେଖି 

ତୃପ୍ତି ମିଳେ ତୁମ ତେଜ ଚିତ୍ତକୁ ଦେଖି

ଆଖି ନ ପୁରେ ତୁମ ଛବି ନିରକ୍ଷୀ

ତୁମ ପ୍ରେମର ମୁକ୍ତ ଆକାଶେ ମୁ ଯେ ଏକ ଆଶାବାଦୀ ପକ୍ଷୀ


ଏକାନ୍ତ, ଅଶାନ୍ତ ମନ ଯେ ଖୋଜେ ତୁମ ସ୍ପର୍ଶକୁ 

ଅଧୀର ମନ ସାଜେ ତୁମ ବିରହେ ବୈରାଗୀନି

ମୋ ଅପେକ୍ଷା ନ ସରେ...ନା ମରେ ମନର କ୍ଲାନ୍ତ 

ଆଶା ମୋର ଉପେକ୍ଷିତ ନ ହେବି....

ତୁମ ଅପେକ୍ଷାରେ.. ତୁମ ଅନୁରାଗୀଣି  !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍